କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷାରେ ଜଳେଶ୍ୱର ବ୍ଲକ ନାମ୍ପୋ ପଞ୍ଚାୟତର ଦେଉଳବାର୍ଡ,ଜୋତିଜଙ୍ଗମ ଓ ତିଲାପଟା ଗ୍ରାମ ସମ୍ପୂର୍ଣ୍ଣ ଜଳ ମଗ୍ନ ହେବା ସହ ରାତି ଅଧରେ ୧୦୦ରୁ ଅଧିକ ଘରେ ପାଣି ପସିଯାଇଛି । ବିଶେଷ କରି ଦେଉଳ ବାର୍ଡର ଆଦିବାସୀ ସାହି, ତିଲାପଟାର ଆଦିବାସୀ ସାହି ଓ ଜୋତିଜଙ୍ଗମର ହରିଜନ ସାହି ବିଶେଷ ଭାବେ ପ୍ରଭାବିତ ହୋଇଛି। ଉକ୍ତ ଅଞ୍ଚଳରେ ଘରେ ଓ ଗୁହାଳ ଘରେ ପାଣି ପଶି ଯିବା କାରଣରୁ ଘରେ ଥିବା ଧାନ ଚାଉଳ, ଆସବାବପତ୍ର କ୍ଷତି ହେବା ସହିତ ପରିବାର ସଦସ୍ୟଙ୍କ ସମେତ ଗୃହପାଳିତ ପଶୁ ମାନେ ବିଶେଷ ଭାବେ ପ୍ରଭାବିତ ହୋଇଛିନ୍ତି। ସେହିପରି ଏବେ ଧାନ ରୁଆ ଚାଲି ଥିବାରୁ, ଧାନ ବିଲରେ ୮ ରୁ ୧୦ ଫୁଟ ଉଚ୍ଚରେ ବର୍ଷା ପାଣି ଲହଡ଼ି ମାରୁଛି। ଆରୁହା,ଅଲାଲପୁର,ବାଣୀଦା, ସମେତ ନାମ୍ପୋ ପଂଚାୟତର ହେକ୍ଟର ହେକ୍ଟର ଚାଷ ଜମି ର ଧାନ ତଳି ସମେତ ରୁଆ ଜମି ପଚିଯିବାର ସମ୍ଭାବନା ରହିଛି। ଖୁବଶୀଘ୍ର ପ୍ରତିକାର ପାଇଁ ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us