ଲଗାଣ ବର୍ଷା ଯୋଗୁ ଯାଜପୁରରେ ୩ ନଦୀରେ ବନ୍ୟା ସ୍ଥିତି : ବରୀ ବ୍ଲକ ବାହ୍ମଣୀ ନଦୀରେ ଦୁଇଟି ଘାଇ

ଗାଁ ଭିତରେ ପଶିଲା ପାଣି; ୪ ରୁ ୫ ପଂଚାୟତ ଲୋକେ ପ୍ରଭାବିତ

99

ଲଗାଣ ବର୍ଷା ଯୋଗୁଁ ଯାଜପୁରର ୩ ପ୍ରମୁଖ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବରୀ ବ୍ଲକ ସାହୁ ପଂଚାୟତ ମାଡିଆପଡାରେ ବ୍ରାହ୍ମଣୀ ନଦୀରେ ଶହେ ଫୁଟ ଓ ଅନ୍ୟ ଏକ ସ୍ଥାନରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ବନ୍ୟା ପାଣି ଗାଁକୁ ପଶିଥିବାବେଳେ ଘାଇ ଯୋଗୁଁ ୪ରୁ ୫ ପଂଚାୟତ ପ୍ରଭାବିତ ହେବ ବୋଲି କୁହାଯାଇଛି । ନଦୀର ଜଳସ୍ତର ବଢୁଥିବାରୁ ତଳିଆ ଅଂଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସେପଟେ, ଲଗାଣ ବର୍ଷାରେ ବାଲେଶ୍ୱରରେ ନଦୀ ଫୁଲୁଛି । ବୁଢାବଳଙ୍ଗ, ସୁବର୍ଣ୍ଣରେଖା ବିପଦସଙ୍କେତ ଅତିକ୍ରମ କରିନଥିବାବେଳେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତଳିଆ ଅଂଚଳ ଓ ଚାଷ ଜମି ବୁଡି ରହିଛି । ରେମୁଣା ଓ ସଦର ବ୍ଲକ ଅଂଚଳରେ ନଦୀଜଳ ଚାଷଜମିରେ ମାଡିଯାଇଛି । ସେହିପରି ଭୁବନେଶ୍ୱର ବର୍ଷା ଛାଡିଛି, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ସହରର ରସୁଲଗଡ ଜଗନ୍ନାଥ ନଗର ମଳୟ ବିହାରରେ ପାଣି ଜମିଛି । ବର୍ଷା ଛାଡିବା ପରେ ରାସ୍ତାରେ କିନ୍ତୁ ପାଣି ଛାଡି ନାହିଁ । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମ୍ରୁଖୀନ ହୋଇଛନ୍ତି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।