ହିମାଚଳରେ ବନ୍ୟାର କରାଳ ରୂପ ! ଚାରିଆଡେ ହାହାକାର, ପାଣିର ସୂଅରେ ଭାସିଲା ବସ, ଟ୍ରକ୍ ।

38

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ହାହାକାର । ପ୍ରକୃତିର ପକୋପରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉତ୍କଟ ହୋଇଥିବା ବେଳେ ଭୁଷ୍କଳନ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଏମିତି କି ଅନେକ ସ୍ଥାନରେ ଲୋକ ଫଶି ରହିଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ବନ୍ୟା ବିଭିଷିକାର କିଛି ଭୟାନକ ଚିତ୍ର ।

ବନ୍ୟାର ବିଭିଷିକା ଏବଂ ଭୁଷ୍ମଳନର ଭୟାବହତା କେତେ ବଡ ବିପଦ ଆଣିପାରେ ତାହା ହିମାଚଳରେ ପରିପ୍ରକାଶ ପାଇଛି  । ବନ୍ୟାର ପ୍ରବଳ ସୋତ୍ରରେ ମଣିଷ କ’ଣ ତିଷ୍ଠି ରହିବ, ଯେଉଁଠି ଟ୍ରକ୍ ଓ ବସ୍ ଭଳି ବଡ ବଡ ଯାନ, କାଗଜର ଡଙ୍ଗା ଭଳି ଭାଷି ଯାଉଛି । ପ୍ରକୃତିର ଏହି ପ୍ରକୋପ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶର କୁଲୁ ଅଂଚଳରେ ।

ହିମାଚଳରେ ହା’ହାକାର । ବର୍ଷା ଆଣିଲା ବିପତି । ବିୟସ୍ ନଦୀରେ ଭାସିଲା ବସ୍ । ଆଉ ଏହା ହିଁ ବୟାନ୍ କରୁଛି ବନ୍ୟାର ଭୟାବହତା । ଅଚାନକ୍ ଯେତେବେଳେ ପାଣି ମାଡ଼ି ଆସିଲା, ସୌଭଗ୍ୟବଶତଃ ବସରେ କେହି ନଥିଲେ । ଯେଉଁଥି ପାଇଁ କୌଣସି ମୃତାହତର ଖବର ଆସି ନାହିଁ । ସେହିପରି ନଦୀରେ ଟ୍ରକ୍ ମଧ୍ୟ ଭାସୁଥିବାର ଚିତ୍ର ମଧ୍ୟ କ୍ୟାମେରାରେ କଏଦ ହୋଇଛି ।

ବନ୍ୟାର କରାଳ ରୂପ । ହିମାଚଳରେ ପ୍ରକୃତିର ତାଣ୍ଡବ । ବନ୍ୟାର ତାଣ୍ଡବ ଭିତରେ ପୁଣି ତୁହାକୁ ତୁହା ବର୍ଷା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି  । କୁଲୁର ବିଭିନ୍ନ ନଦୀରେ ହଠାତ୍ ପାଣି ବଢ଼ିଯିବା ପରେ ବନ୍ୟା ପରିସ୍ଥିତି ଉତ୍କଟ ରୁପ ନେଇଛି । ଡୋବି ଅଂଚଳରେ ଅଟକି ରହିଥିବା ୨୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।