କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ଜାରି ରହିଛି ପ୍ରକୃତିର ପ୍ରଳୟ । ବାଦଲ ଫଟା ବର୍ଷା ପାଇଁ ରାଜ୍ୟରେ ଦେଖାଦେଇଥିବା ବନ୍ୟା ଓ ଭୂସ୍ଖଳନରେ ଅନେକ ଧନ ଜୀବନ ହାନି ଘଟିଛି । ଗତ ତିନି ଦିନ ଧରି ଏନଡିଆରଏଫ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାହାଡରୁ ମାଟି ଅତଡା ଖସିବା ଫଳରେ ଅନେକ ଘର ଦ୍ୱାର ନଷ୍ଟ ହୋଇ ଯାଇଛି ।
ସେପଟେ ଅନେକ ସ୍ଥାନରେ ମାଟି ଅତଡା ଖସି ଜାତୀୟ ରାଜପଥ ଅବରୋଧ ହୋଇଛି । କୁଲୁରେ ଜାତୀୟ ରାଜପଥ ଅବରୋଧ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କାଙ୍ଗରା ଜିଲ୍ଲା । ଏଠାରେ ଉଦ୍ଧାରବେଳେ ବର୍ତମାନ ସୁଦ୍ଧା ୮ଜଣଙ୍କ ମୃତ ଦେହ ମାଟି ତଳୁ ବାହାର କରାଯାଇଛି ।
ରାଜ୍ୟରେ ବନ୍ୟା ଓ ଭୁସ୍ଖଳନରେ ସୃଷ୍ଟି ହୋଇଥିବା ସମସ୍ୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ହେଲିକପ୍ଟର ଜରିଆରେ ଆକାଶ ମାର୍ଗରୁ ସ୍ଥିତି ଦେଖିବା ସହ ଲୋକଙ୍କ ପାଖରେ ପହଁଚି ତାଙ୍କ ସମସ୍ୟା ବୁଝିଛନ୍ତି । ରବିବାର ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଦେଶରେ ଲଢେଇ ଚାଲିଥିବାବେଳେ, ଏବେ ପ୍ରାକୃତିକ ବିପର୍ଯ୍ୟୟ ସାଧାରଣ ଧନ,ଜୀବନ ପ୍ରଭାବିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/28-8.jpg)