ବାତ୍ୟା ୟାସ୍ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା । ବୁଢାବଳଙ୍ଗ ନଦୀରେ ବନ୍ୟା ପାଣି ପ୍ରବାହିତ । ମୟୂରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ସମ୍ଭାବନା ।

334

କନକ ବ୍ୟୁରୋ: ବାତ୍ୟା ପରେ ଏବେ ଭୟ ବଢାଇଛି ବନ୍ୟା । ୟାସ୍ ଏବେ ଲ୍ୟାଣ୍ଡଫଲ କରିସାରିଥିବା ବେଳେ ଏହାର ପ୍ରଭାବରେ ଶିମିଳିପାଳ ଅଂଚଳରେ ପ୍ରବଳ ବର୍ଷା ହେଉଛି । ଯାହାର ପ୍ରଭାବରେ ବୁଢାବଳଙ୍ଗ ନଦୀର ଜଳସ୍ତର ବଢିଥିବା ବେଳେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷକରି ଏହି ବନ୍ୟା ହେଲେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇପାରେ ।

ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ୟାସ୍ । ଲ୍ୟାଣ୍ଡଫଲ ଶେଷ ହେବା ପରେ ଭଦ୍ରକ ବାଲେଶ୍ୱର ବାହାନଗା, ସଦର, ରେମୁଣାରେ ବର୍ଷା କମିଛି । ହେଲେ ନୀଳଗିରିରେ ବର୍ଷା ଓ ପବନ ବଢ଼ୁଛି । ବାତ୍ୟା ୨ ଘଂଟା ଭିତରେ ବାଲେଶ୍ୱରରୁ ବାହାରି ମୟୂରଭଞ୍ଜରେ ପ୍ରବେଶ କରିବ । ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି । ଶିମିଳିପାଳରେ ବର୍ଷା ହେଉଛି । ତେଣୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଛି ।

ବାରିପଦାଠାରେ ଜଳସ୍ତର ୨୧ ଫୁଟରେ ଅଛି । ୬ ମିଟର ବିପଦ ସଂକେତ ତଳେ ଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଳଙ୍ଗ ନଦୀ ପାଖର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଆଗାମୀ ୧୨ଘଂଟା ନୀଳଗିରି ଓ ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଏମଡିର ସୂଚନା ଅନୁସାରେ ଘଂଟା ପ୍ରତି ୧୩୦ ରୁ ୧୪୫ କିଲୋମିଟର ବେଗରେ ପବନ ବହିଥିଲା ।