କନକ ବ୍ୟୁରୋ: ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ହୋଇଛି ପରିସ୍ଥିତି । ଘରେ ଘରେ ବନ୍ୟା ପାଣି ପଶିଯାଇଥିବା ବେଳେ ରାସ୍ତାଘାଟ, ଚାଷଜମି ଆଦି ଜଳମଗ୍ନ ହୋଇପଡିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Advertisment

ତେବେ ବନ୍ୟା ଫଳରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ମୁଖ୍ୟତଃ ୧୪ଟି ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି । ଗତ କିଛି ଦିନ ଧରି ରାଜ୍ୟର ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏଭଳି ବନ୍ୟା ସ୍ଥିତି ଉପୁଜିଛି । ସେପଟେ ଉପରମୁଣ୍ଡରେ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ଜଳ ସ୍ତର ବଢିବାରେ ଲାଗିଛି ।