ଘର ଭିତରେ ଛାତି ଉଚ୍ଚର ପାଣି । କେଉଁଠି ରାସ୍ତା ପାଲଟିଛି ନଦୀ ତ ପୁଣି କେଉଁଠି ଘରଦ୍ୱାର ସବୁ କିଛି ଭାସୁଛି ବନ୍ୟା ପାଣିରେ

226

କନକ ବ୍ୟୁରୋ : ଗୁଜରାଟରେ ବନ୍ୟା ବିଭୀଷିକା । ରାସ୍ତା ପାଲଟିଛି ନଦୀ, ଘର ଭିତରେ ଛାତି ଉଚ୍ଚର ପାଣି । ବନ୍ୟା ପାଣି ଘେର ଭିତରେ ଜୀବନ, ଜଳବନ୍ଦୀ ଶହ ଶହ ଲୋକ । ଭୋକ ଉପାସ ଅନ୍ଧାର ଭିତରେ ଘର ଭିତରେ ଫଶି ରହିଥିବା ଲୋକମାନେ ସାହାଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି । ଲଗାଣବର୍ଷାର୍ କାରଣରୁ ସ୍ଥିତିି ଏଭଳି ହେବ ହୁଏତ କେହି ପୂର୍ବରୁ ଅନୁମାନ କରିନଥିବେ ।ହେଲେ ପ୍ରକୃତିର କରାଳ ରୂପରେ ଭାସୁଛି ଏବେ ଗୁଜରାଟ । ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ଆଉ କିଛି ସ୍ଥାନରେ ବର୍ଷା କମିଛି । ବର୍ଷା ଛାଡିଛି ସତ କିନ୍ତୁ ଦୁର୍ଦଶା କମିନି । ସ୍ଥାନେ ସ୍ଥାନେ କେବଳ ପାଣି ହିଁ ପାଣି । ଘରଦ୍ୱାରା ମନ୍ଦିର ରାସ୍ତାଘାଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି ।

ଲଗାତର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳମଗ୍ନ ହୋଇଛି । ଅମ୍ବିକା ଓ କାବେରୀ ନଦୀରେ ଏବେ ଜଳସ୍ତର ବଢୁଛି । ଆସନ୍ତା ୫ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ କରିଛି । ଲୋକେ ସୁରକ୍ଷିତ ରହିବା ପାଇଁ ଏବେ ଘର ଛାତ ଉପରେ ସାହାରା ନେଇଛନ୍ତି । ସେପଟେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଚାଲିଛି । ମୁମ୍ବାଇ ପାଇଁ ଆର୍ଲଟ ଜାରି କରାଯାଇଛି । କିଛି ସ୍ଥାନରେ ଭୁସ୍ଖଳନ ହେବା ଯୋଗୁଁ ଦିନକରେ ୬ଜଣଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ଯୋଗୁଁ ଆଖପାଖ ସ୍ଥାନକୁ ଖାଲି କରାଯାଇଛି । ସେପଟେ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହି ଦୃଶ୍ୟ ହେଉଛି ନାସିକର । ଏଠାକାର ଦୃଶ୍ୟ ଦେଖିଲେ କେହି ବି ଭ୍ରମରେ ପଡିଯିବେ । ଜାଣିବା ମୁସ୍କିଲ ହେଉଛି ନାସିକର ଏହା ରାସ୍ତା ନା କୌଣସି ନଦୀ । ଦୋକାନ ବଜାର ଗାଇ ଗୋରୁ ସବୁ କିଛି ଭାସୁଛି ବନ୍ୟା ପାଣିରେ ।

ଉତରପୂର୍ବ ରାଜ୍ୟରେ ବନ୍ୟାର କାଳ ଜାରି ରହିଛି ସେପଟେ ପାହାଡିଆ ରାଜ୍ୟ ହିମ।।ଚଳ ଓ ଉତରାଖଣ୍ଡର ସ୍ଥିତି ଦିନକୁ ଦିନ ସଂଗୀନ ହେଉଛି । ଏହି ଦୃଶ୍ୟ ହେଉଛି ମନାଲୀ । ପ୍ରାକୃତି ସୌନ୍ଦଯ୍ୟଭରା ମନାଲୀକୁ ବେହଲା କରିଛି ବର୍ଷା ମାଡ । କେଉଁଠି ମାଟି ଅତଡା ଖସୁଛି ତ ପୁଣି କେଉଁଠି ବନ୍ୟାର ପ୍ରଖର ସ୍ରୋତରେ ଭାସୁଛି ଘରଦ୍ୱାରା ରାସ୍ତାଘାଟ , ଯାନବାହନ । ଆଗାମୀ ୩ଦିନ ପାଇଁ ହିମାଚଳରେ ପ୍ରବଳରରୁ ଅତିପ୍ରବଳ ବର୍ଷା ପାଇଁ ଆର୍ଲଟ ଜାରି କରାଯାଇଛି ।