ଲଗାଣବର୍ଷାରେ ପୁଣି ବେହାଲ ତାମିଲନାଡୁ । ଚେନ୍ନାଇ ସମେତ ବିଭିନ୍ନ ସହରରେ ବନ୍ୟା ପରିସ୍ଥିତି ।

185

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ହେଲା ତାମିଲନାଡୁ । ରାଜଧାନୀ ଚେନ୍ନାଇ ସହିତ ବିଭିନ୍ନ ସହରରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ରାମେଶ୍ୱରମରେ ଲଗାଣ ବର୍ଷା ଜାରି ରହିବା ଫଳରେ ବନ୍ୟା ପାଣି ରାସ୍ତାରେ ଭରି ରହିଛି । ସେହିପରି ମଦୁରାଇରେ ମଧ୍ୟ ପ୍ରବଳ ବର୍ଷା ହେବାରୁ ସହର ଜଳବନ୍ଦୀ ଅସସ୍ଥାରେ ରହିଛି । ଅନ୍ୟପଟେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଚିନ୍ତା ବଢାଉଛି ଲଗାଣ ବର୍ଷା । ତାମିଲନାଡୁରେ ପୁଣି ବନ୍ୟା । ତାମିଲନାଡୁରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୁଣିଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ଚେନ୍ନାଇ ସମେତ ଅନେକ ସ୍ଥାନରେ ରାସ୍ତା ଘାଟ, ଘରଦ୍ୱାର ବନ୍ୟା ଜଳରେ ଅଧା ବୁଡି ରହିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଲଗାତାର ବର୍ଷା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ପ୍ରବଳ ବର୍ଷାର ଅନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ଲଗାଣ ବର୍ଷା ଜାରି ରହିବା ଫଳରେ ନଦୀ ନାଳ ଗୁଡିକ ବନ୍ୟା ପାଣିରେ ଭର୍ତ୍ତି ହେବା ସହ ବନ୍ୟା ଜଳ ସହର ଭିତରକୁ ପ୍ରବେଶ କରୁଛି । ରାମେଶ୍ୱରମରୁ ମଧ୍ୟ ବନ୍ୟାର ସମାନ ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ଥିବା ଏକ ପୋଲ ଖସି ପଡିଛି । ସେହିପରି ଭାଇଗାଇ ଡ୍ୟାମରୁ ଅଧିକ ମାତ୍ରାରେ ବନ୍ୟାଜଳ ଛାଡିବା ପରେ ରାସ୍ତାରେ ପାଣି ଭର୍ତ୍ତି ହୋଇରହିଛି । ଫଳରେ ଯାତାୟାତ ବିଚ୍ଛିନ୍ନ ହେବା ସହ ଫସଲ ମଧ୍ୟ ନଷ୍ଟ ହୋଇଛି । ଅନ୍ୟପଟେ ମଦୁରାଇ ସହରରେ ମଧ୍ୟ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ସହରର ବିଭିନ୍ନ ସ୍ଥାନ ଜଳ ଘେରରେ ରହିଥିବା ଦେଖିବାକୁ ମିଳିଛି । ଫଳରେ ସହରବାସୀଙ୍କ ଚିନ୍ତା ବଢିବାରେ ଲାଗିଛି ।