କନକ ବ୍ୟୁରୋ: ମାଲକାନଗିରିରେ ରେକର୍ଡ ବର୍ଷା । ଲଗାଣ ବର୍ଷାରେ ମାଲକାନଗିରି କାଲିମେଳାରେ ଜନଜୀବନ ଅସ୍ତବ୍ୟସ୍ତ। କାଙ୍ଗେରୁକୋଣ୍ଡା ପୋଲ ଉପରେ ୧୦ ଫୁଟର ପାଣି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଥିବା ବେଳେ କାଲିମେଳାରେ ୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏମଭି ୯୬, ଏମଭି ୯୦ ଓ କାଙ୍ଗୁରୁକୋଣ୍ଡା ପୋଲ ଉପରେ ୩ ରୁ ୪ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲା ସହିତ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ ହୋଇପଡିଛି। ଏଥି ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇଯାଇଛି। ତିନିଟି ସ୍ଥାନରେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିବାର ଦେଖା ଯାଇଛି। ସ୍ରୋତ ଅଧିକ ଥିବାରୁ ପୋଲ ଉପରେ ନ ଯିବାକୁ ବାରଣ କରୁଛି ପୁଲିସ। ଲଗାଣ ବର୍ଷା ଯୋଗୁଁ କୌଣସି ତଳିଆ ଅଞ୍ଚଳ ରେ ପାଣି ପଶି ନଥିବାର ସୂଚନା ମିଳିଛି ।