ବନ୍ୟା ତାଡ଼ନା ଆଉ ତିନି ଦିନ, ପୂର୍ଣ୍ଣିମା କାରଣକୁ ପାଣି ଟାଣୁନି ସମୁଦ୍ର

ବନ୍ୟା ତାଡ଼ନା ଆଉ ତିନି ଦିନ, ପୂର୍ଣ୍ଣିମା କାରଣକୁ ପାଣି ଟାଣୁନି ସମୁଦ୍ର

କନକ ବ୍ୟୁରୋ : ମହାନଦୀ ଉପର ମୁଣ୍ଡରେ ବଢୁନି। କଟକ ନରାଜଠାରେ ବିପଦ ସଙ୍କେତ ଉପରେ ଥିଲେ ବି ଜଳପତ୍ତନ କମିବା ଆରମ୍ଭ କଲାଣି। ହେଲେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅର୍ଥାତ୍ ଦୁର୍ଦଶା କମିବା ବଦଳରେ ବଢିବାରେ ଲାଗିଛି। ଇନ୍ଦୁ ପୂର୍ଣ୍ଣିମା। ସମୁଦ୍ର ଭୀଷଣ ଜୁଆରିଆ ରହିଛି। ସମୁଦ୍ର ଜୁଆର ପାଣିକୁ ଠେଲିକି ରଖିଛି। ସମୁଦ୍ର ଭିତରକୁ ପାଣି ଯିବାକୁ ୧୦ ପ୍ରତିଶତ ବି ସମୟ ମିଳୁନି। ଏଣୁ ପାଣି ଟାଣୁନି। ଖାସ୍ ଏଥିପାଇଁ ପରିସ୍ଥିତି ସଙ୍ଗିନ୍ ହେବା ଲାଗିଛି। ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଗଣମାଧ୍ୟମକୁ କହିଛନ୍ତି, ଜଳ ନିଷ୍କାସନ ପାଇଁ ତିନି ଦିନ ଲାଗିବ।

ସେ ଆହୁରି କହିଛନ୍ତି, ବନ୍ୟା ସମୟରେ ସୃଷ୍ଟି ହୋଇଥିବା ଘଳିଆରୁ ୭୨୯ ଘଳିଆ ମରାମତି ହୋଇଛି। ଘାଇ ମରାମତି କାମ ଆରମ୍ଭ ହୋଇଗଲାଣି। ସେପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହି ସ୍ଥିତି ଲାଗି ରହିବ। ତେବେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ‌ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ବି ହୋଇପାରେ।

୩ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିପାରେ। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା କନ୍ଧମାଳ ଜିଲ୍ଲା କଳିଙ୍ଗାରେ ୩୦ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଲା କୋଟପାଡ଼ରେ ୨୧ମିମି ଓ ପୁରୀ ଜିଲ୍ଲା ନିମାପଡ଼ାରେ ୧୫ ମିମି ଲେଖାଏଁ ବର୍ଷା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe