ସ୍ୱାଭାବିକ ହେଉଛି ମାଲକାନଗିରି । ରାଜରାସ୍ତାରେ ଗଡିଲାଣି ଗାଡି, କ୍ଷୟକ୍ଷତିର ଆକଳନ କଲେ ଜିଲ୍ଲାପାଳ

439

କନକ ବ୍ୟୁରୋ : ଦୁଇ ସପ୍ତାହ ପରେ ମାଲକାନଗିରି ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ମୋଟୁ ସୀମାବର୍ତୀ କାଲେରୁ ଠାରେ ରାସ୍ତା ଉପରୁ ବନ୍ୟା ଜଳ ହ୍ରାସ ପାଇଛି । ବିଜୟୱାଡା-ରାଂଚି ଜାତୀୟ ରାଜପଥ ଉପରେ ଯାତାୟାତ ସ୍ୱାଭାବିକ ହୋଇଛି ।

ସିଲେରୁ ଓ ସାବେରୀ ନଇର ଜଳସ୍ତର କମିବାରୁ ମୋଟୁ ମୁଗି ପଏଣ୍ଟ, ପୁରୁଣା ମୋଟୁ, ପୋଡିଆ, ସିମିଳିବାଂଛା ଆଦି ଅଂଚଳରୁ ବନ୍ୟା ଖସିଥିବା ଜଣାପଡିଛି । ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜୁଥିବା ନେଇ କନକ ନ୍ୟୁଜ ବାରମ୍ବାର ଖବର ପ୍ରସାରଣ କରି ଆସୁଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ଏହାକୁ ସ୍ୱୀକାର କରିବା ସହ କ୍ଷୟକ୍ଷତିର ଆକଳନ ଚାଲିଥିବା କହିଛନ୍ତି ।