ଭୟଙ୍କର ବନ୍ୟା ଘେରରେ ଜମ୍ମୁକଶ୍ମୀର: ବିଭିନ୍ନ ଜିଲ୍ଲାରେ ବର୍ଷା, ବନ୍ୟା ଓ ଭୁସ୍ଖଳନ, ବାଦଲଫଟା ବର୍ଷାରେ ୧୧ଜଣ ନିଖୋଜ

134

କନକ ବ୍ୟୁରୋ: ଜମ୍ମୁକଶ୍ମୀରେ ଚାଲିଛି ଜଳପ୍ରଳୟ । ଲଗାଣବର୍ଷା ପରେ ହଠାତ ବିଭିନ୍ନ ଜିଲ୍ଲାରେ ସଂଗୀନ ହୋଇପଡିଛି ସ୍ଥିତି । ସବୁଠି କେବଳ ବନ୍ୟା ପାଣି ହିଁ ପାଣି ଦେଖିବାକୁ ମିଳିଛି । ଏହି ଦୃଶ୍ୟ ହେଉଛି ଉଡେୱାଲାର । ବର୍ଷା ପାଣି ଭିତରେ ସ୍କୁଲ ବସ ଫଶିବା ପରେ କୁନି କୁନି ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିଶେଷ କରି ଗନ୍ଦୱାଲ, ପୁଂଛ ଓ ରାମବନରେ ସବୁଠୁ ଅଧିକ ବନ୍ୟା ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଅଧା ରାସ୍ତାରେ ଫସି ରହିଛନ୍ତି ଶହ ଶହ ଲୋକ । ସେପଟେ ସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରାଯାଇଛି । ସେପଟେ ଧରାହାଲୀ ପରି ଆଉ କିଛି ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି । କେବଳ ପାହାଡିଆ ଅଂଚଳରେ ନୁହେଁ ସହର ଭିତରେ ମଧ୍ୟ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି । ଘର ଭିତରେ ଜଳବନ୍ଦୀ ହୋଇ ରହିଛନ୍ତି ଅନେକ ଲୋକ । ଉଦ୍ଧାରକାରୀ ଦଳ ପହଁଚି ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରୁଛି ।