ସମ୍ବଲପୁର ତଳିଆ ଅଂଚଳରେ ପସିଲାଣି ପାଣି । ଗୁଣ୍ଡେରପୁର ବ୍ରିଜ ଉପରେ ଚାଲିଛି ୬ ଫୁଟ ଉଚ୍ଚର ପାଣି

81

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଥିବା ବନ୍ୟାପାଣି ଓ ପଛୁଆ ପାଣି ପ୍ରଭାବରେ ସମ୍ବଲପୁରର ଅନେକ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାପାଣିରେ ପ୍ରଭାବରେ ସମ୍ବଲପୁର-ସୋନପୁରକୁ ସଂଯୋଗ କରୁଥିବା ଗୁଣ୍ଡେରପୁର ବ୍ରିଜ ଉପରେ ୬ ଫୁଟ ପାଣି ପ୍ରବାହିତ ହେଉଛି ।

୩ ଦିନ ହେଲା ଗମନାଗମନ ଠପ ହେବା ସହ ଯୋଗାଯୋଗ ଠପ୍ ହୋଇଯାଇଛି । ପାଣିର ସୁଅ ପ୍ରଖର ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଦିଆଯାଇଛି । ତେବେ ମହାନଦୀ ଫୁଲୁଥିବାରୁ ଅନେକ ସ୍ଥାନରେ ପାଣି ପସିଲାଣି । ତଳିଆ ଅଂଚଳରେ ଗାଁ ଗଣ୍ଡାରେ ଜଳବନ୍ଦୀ ଅବସ୍ଥାରେ ଲୋକେ ରହିଥିବା ଦେଖିବାକୁ ମିଳିଛି ।