ଲଗାଣ ବର୍ଷା ଯୋଗୁଁ ପାଲଲହଡାରେ ବନ୍ୟା ସ୍ଥିତି । ଖମାରଠାରୁ ରେଙ୍ଗାଲୀ ଯୋଗାଯୋଗ ବିଛିନ୍ନ, ସେପଟେ ବରଗଡ ଓ ମାଲକାନଗିରି ବନ୍ୟା ପରିସ୍ଥିତି

383

କନକ ବ୍ୟୁରୋ : ଲଗାଣବର୍ଷା ଯୋଗୁଁ ପାଲଲହଡା ବ୍ଲକ ଖମାରଠାରୁ ରେଙ୍ଗାଲି ୟାତାୟତ ଠର ହୋଇ । ଏଠାରେ ନୂଆ ପୋଲ ତିଆରି ହୋଇଥିଲେ ବି ଆପ୍ରୋଚ ରାସ୍ତା ନିର୍ମାଣ ହୋଇନଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଝୁମ୍ପେଇ ନାଳ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲିଛି । ଆପ୍ରୋଚ ରାସ୍ତା ନିର୍ମାଣ ହୋଇନଥିବାରୁ ବର୍ଷା ଦିନେ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ପଦ୍ମପୁର ଉପକଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପଦ୍ମପୁର ଏନଏସିର କେତେକ ଘରେ ପାଣି ପଶିଯାଇଛି । ଦମକଳ ବାହିନୀ ପାଣି ନିଷ୍କାସନ ଜାରି ରଖିଛି । ପଦ୍ମପୁରର ରଜପଡା ନାଳରେ ପୋଲ ଉପରେ ପାଣି ଚାଲୁଛି । ଫଳରେ ପଦ୍ମପୁର-ବଲାଙ୍ଗୀର ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗାଇସିଲଟ ବ୍ଲକରୁ ବଲାଙ୍ଗୀର ରାସ୍ତାରେ ବି ଯୋଗାଯୋଗ ଠପ ହୋଇଛି । ପାଇକମାଳ ବ୍ଲକ ଖଣ୍ଡସିବାଞ୍ଜି ଗାଁରେ ପୋଲ ଓ ରାସ୍ତା ଉପରେ ପାଣ ପ୍ରବାହିତ ହେଉଛି ।

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଆସ୍ତେ ଆସ୍ତେ ସଙ୍ଗିନ ହେବାରେ ଲାଗିଛି । ଗତ ୪ଦିନ ଧରି କାଙ୍ଗୋରୁକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଏବେ ପୁଣି ପୋଟେରୁ , ଫାର୍ମହାଉସ୍, ଏମଭି-୯୬, କନ୍ୟାଶ୍ରମ ଆଦି ସ୍ଥାନରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ସମଗ୍ର ମାଲକାନଗିରିରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ଅଂଚଳରୁ ସମଗ୍ର ମାଲକାନଗିରିକୁ ଯୋଗଯୋଗ ବିଛିନ୍ନ ହୋଇଛି । ଅନେକ ଘର ଦ୍ୱାର ଭାଙ୍ଗିବା ସହ ହେକ୍ଟର ହେକଟର ଚାଷ ଜମି ଜଳମଗ୍ନ ହୋଇଛି । ଅନେକ ଗାଁ ଗଣ୍ଡାରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।

ସେହିଭଳି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗାମା ବ୍ରିଜ ପୋଲ ଉପରେ ଚାଲିଛି ୩ ଫୁଟର ପାଣି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜରୁରୀ କାମରେ ଯିବାକୁ ଥିବା ଅନେକ ଲୋକ ପାଙ୍ଗମ ବ୍ରିଜର ଉଭୟ ପାଶ୍ୱର୍ରେ ଅଟକି ରହିଛନ୍ତି । ପ୍ରାୟ ୨ଘଂଟା ହେବ ପାଣି ଚାଲୁଥିବାରୁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଫଳରେ ମାଲକାନଗିରି-କୋରାପୁଟ ମୁଖ୍ୟରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଙ୍ଗାମ ପୂର୍ବରୁ ଥିବା ସଲପଦର କଲଭର୍ଟ ଉପରେ ମଧ୍ୟ ବିପଦ ସଂକୁଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।