ମହାକାଳପଡା ଏବଂ ମାର୍ଶାଘାଈ ବ୍ଲକରେ ବନ୍ୟା । ଘର ଭିତରେ ପସିଲାଣି ପାଣି, ଡଙ୍ଗା ପାଲଟିଲା ଯାତାୟତର ମୁଖ୍ୟ ମାଧ୍ୟମ

80

କନକ ବ୍ୟୁରୋ : ହୀରାକୁଦର ୪୬ଟି ଗେଟ୍  ଖୋଲିବା ପରେ ମହାନଦୀ ଅବବାହିକାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି  । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଏବଂ ମାର୍ଶାଘାଈ ବ୍ଲକ ଦେଇ ପ୍ରବାହିତ ପାଇକା ନଦୀରେ ବନ୍ୟା ଆସିବା ଫଳରେ ଘେରରେ ଥିବା ଦୁଇଟି ଗାଁର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି  ।

ମାର୍ଶାଘାଈ ବ୍ଲକ ବଟିରା ପଂଚାୟତ ଏବଂ ମଙ୍ଗରାଜପୁର ପଂଚାୟତର ୨୫୦ ପରିବାର ଏବେ ପାଣି ଘେରରେ ରହିଛନ୍ତି  । ଘର ଚାରିପଟେ ନଦୀର ପାଣି ଥିବାରୁ ଗାଁର ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି  । ଡଙ୍ଗା ପାଲଟିଛି ଏବେ ଯାତାୟତର ମୁଖ୍ୟ ମାଧ୍ୟମ  ।

Comments are closed.