କନକ ବ୍ୟୁରୋ : ହୀରାକୁଦର ୪୬ଟି ଗେଟ୍ ଖୋଲିବା ପରେ ମହାନଦୀ ଅବବାହିକାରେ ଦେଖା ଦେଇଛି ବନ୍ୟା ପରିସ୍ଥିତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଏବଂ ମାର୍ଶାଘାଈ ବ୍ଲକ ଦେଇ ପ୍ରବାହିତ ପାଇକା ନଦୀରେ ବନ୍ୟା ଆସିବା ଫଳରେ ଘେରରେ ଥିବା ଦୁଇଟି ଗାଁର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି ।
ମାର୍ଶାଘାଈ ବ୍ଲକ ବଟିରା ପଂଚାୟତ ଏବଂ ମଙ୍ଗରାଜପୁର ପଂଚାୟତର ୨୫୦ ପରିବାର ଏବେ ପାଣି ଘେରରେ ରହିଛନ୍ତି । ଘର ଚାରିପଟେ ନଦୀର ପାଣି ଥିବାରୁ ଗାଁର ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ଡଙ୍ଗା ପାଲଟିଛି ଏବେ ଯାତାୟତର ମୁଖ୍ୟ ମାଧ୍ୟମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/10-30.jpg)