ବିପଦ ଆଣିଛି ବନ୍ୟା ପାଣି । ମାଲକାନଗିରିରୁ ଆସିଲା ଆକାଶ ମାର୍ଗରୁ ବନ୍ୟାର କରାଳ ଚିତ୍ର : ପାଣିରେ ବୁଡି ରହିଛି ବ୍ୟାପକ ଅଂଚଳ

ଲଗାଣ ବର୍ଷାରେ ନଈ ପାଲଟିଲା ଗାଁଦାଣ୍ଡ । ଡଙ୍ଗାରେ ଯିବା ଆସିବା କଲେ ଗାଁ ଲୋକେ, ରାସ୍ତା ଉପରେ ପାଣିରେ ଉବୁଟୁବୁ ହେଲା ଟ୍ରାକ୍ଟର । ମାଲକାନଗିିରିର ୯୩୩ ଗାଁ ପ୍ରଭାବିତ, ଭାଙ୍ଗିଲା ୩୨୧ ଘର ।

କନକ ବ୍ୟୁରୋ : ଆକାଶମାର୍ଗରୁ ଆସିଲା ବନ୍ୟାର ଚିତ୍ର । ମାଲକାନଗିରି ଜିଲ୍ଲାର ଉଭୟ ପାଶ୍ୱର୍ରେ ଥିବା ସାବେରୀ ଓ ସୀଲେରୁ ନଦୀ କେମିତି ଉଗ୍ର ରୂପ ଧାରଣକରିଛି ତାହା ଏହି ଆକାଶ ମାର୍ଗର ଚିତ୍ରରୁ ହିଁ ସ୍ପଷ୍ଟ ହେଉଛି । ମୋଟୁ ଠାରୁ ଆରମ୍ଭ କରି ପୁରା ସାବେରୀ ଓ ସିଲେରୁ ନଦୀ କୂଳିଆ ଅଂଚଳ ପୁରା ଜଳମଗ୍ନ ହୋଇଯାଇଛି ।

କେବଳ ଓଡିଶା ନୁହଁ , ଛତିଶଗଡ, ତେଲେଙ୍ଗାନା ଓ ଆନ୍ଧ୍ରର ବ୍ୟାପକ ଅଂଚଳ ଜଳମଗ୍ନ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଣି ଚାରିଆଡେ ଜମି ରହିଥିବାରୁ କେଉଁଠି ରାସ୍ତା, କେଉଁଠି ଜମି ଜାଣିବା ବି କଷ୍ଟକର । ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଏସଆରସି ହେଲିକପ୍ଟର ଯୋଗେ ମାଲକାନଗିରି ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe