ବିପଦ ସଂକେତ ଡେଇଁଲା ଗୁରୁପ୍ରିୟା ନଦୀର ଜଳସ୍ତର । ବାଲିମେଳା ଜଳଭଣ୍ଡାର ପାଣି ଛାଡିବା ପରେ ତଳି ଅଂଚଳ ଲୋକଙ୍କ ମଧ୍ୟରେ ବଢିଳା ଛନକା

ବିପଦ ସଂକେତ ଡେଇଁଲା ଗୁରୁପ୍ରିୟା ନଦୀର ଜଳସ୍ତର । ବାଲିମେଳା ଜଳଭଣ୍ଡାର ପାଣି ଛାଡିବା ପରେ ତଳି ଅଂଚଳ ଲୋକଙ୍କ ମଧ୍ୟରେ ବଢିଳା ଛନକା

କନକ ବ୍ୟୁରୋ: ବିପଦ ସଙ୍କେତ ଡେଇଁଲା ଗୁରୁପ୍ରିୟା ନଦୀରେ ଜଳସ୍ତର । ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ନିର୍ମିତ ଗୁରୁପ୍ରିୟା ସେତୁରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ବାଲିମେଳା ଜଳଭଣ୍ଡାରରୁ ପାଣି ଛାଡିବା ପରେ ଗୁରୁପ୍ରିୟା ନଦୀର ଜଳସ୍ତର ବଢିଛି । ଗୁରୁପ୍ରିୟା ସେତୁର ଫୁଟ ତଳେ ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ସ୍ଥାନିୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
publive-imageଅନ୍ୟପଟେ ତଳିଆ ଅଂଚଳର ଚାଷ ଜମିରେ ପାଣି ମାଡି ଯାଇ ଫସଲ ନଷ୍ଟ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷିକ ଉପରେ ଏବେ ଚଡକ ପଡିଛି । ଚାଷ ଜମିରେ ପଣି ମାଡିଯାଇଥିବାରୁ ଆଗକୁ ସେଥିରୁ କିଛିବି ଅମଳ ହୋଇପାରିଆ ଆଶଙ୍କା ନଥିବା ବେଳେ ଚାଷ ପାଇଁ ଆଣିଥିବା ଋଣ କିପରି ସୁଜିବେ ସେନେଇ ଚିନ୍ତାରେ ଚାଷୀ । ସେପଟେ, ଗତକାଲିଠାରୁ ସ୍ୱାଭିମାନ ଅଂଚଳରେ ଥିବା ଏକ ମାତ୍ର ମେଡିକାଲ ଜଳବନ୍ଦୀ ହୋଇପଡିଛି । ଏହି ହସ୍ପିଟାଲକୁ ସ୍ୱାଭିମାନ ଅଂଚଳର ୩୦ ହଜାର ଲୋକେ ନିର୍ଭର କରିଥାନ୍ତି । କିନ୍ତୁ ହସ୍ପିଟାଲରେ ପାଣି ପଶିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe