କନକ ବ୍ୟୁରୋ: ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର ପରେ ଏବେ ମଧ୍ୟପ୍ରଦେଶରେ ବନ୍ୟା ବିତ୍ପତି । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରସ୍ଥିତି ଗମ୍ଭୀର ହୋଇଛି । ଫଳରେ ହଜାରେରୁ ଅଧିକ ଗାଁ ପାଣି ଘେରରେ ରହିଛି । ଏଥିରେ ଉତ୍ତର ମଧ୍ୟପ୍ରଦେଶର ଶିବପୁରୀ,ଦାତିଆ, ଗ୍ୱାଲିଅର,ଗୁନା,ଭିନ୍ଦ,ମୋରେନା,ସୋପୁର ଇଲାକା ଅଧିକ ପ୍ରଭାବିତ ହୋଇଛି ।  publive-imageବାୟୁସେନା ମସେତ ଏସଡିଆରଏଫ୍ ଓ ଏନଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହା ସହ ଦୁଇ କମାଣ୍ଡୋ ପଦତିକ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାଜ୍ୟର କ୍ୱାରୀ, ସିପ୍, ଓ ପାର୍ବତୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିବାରୁ ଏହା ନିକଟବର୍ତ୍ତୀ ୩ରୁ ଅଧିକ ଗାଁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଛନ୍ତି ।