ବର୍ଷା କମିଲା,ବଢିଲା ଲୋକଙ୍କ ଦୁର୍ଦ୍ଦଶା : ଅନୁଗୁଳ-ମହିଧରପୁର ରାସ୍ତାରେ ୨ ଫୁଟ ଉଚ୍ଚ ପାଣି, ଯାତାୟତ ବାଧାପ୍ରାପ୍ତ

ଏକର ଏକର ଚାଷ ଜମିରେ ମାଡ଼ିଗଲା ବନ୍ୟା ପାଣି, ବ୍ୟାପକ ଫସଲ ନଷ୍ଟ

69

କନକ ବ୍ୟୁରୋ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି । ଅନୁଗୁଳ ମହିଧରପୁର ରାସ୍ତାରେ ୨ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେଣୁ ରାସ୍ତାରେ ସାବଧାନର ସହ ଗାଡ଼ି ଚଳାଇବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି । ଏପରିକି ଏକର ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ଚାଷବାସରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ପ୍ରଶାସନ ପକ୍ଷରୁ ରାସ୍ତାରେ ବ୍ୟାରିକେଡ଼ କରାଯାଇଥିବା ବେଳେ ଏବେ ପାଣି କମିବାରୁ ବ୍ୟାରିକେଡ଼ ହଟାଯାଇଛି ।