ତୋଫାନ ଇଡା ପରେ ଆମେରିକାରେ ବନ୍ୟା ପ୍ରଳୟ । ଲଗାଣ ବର୍ଷାରେ ବେହାଲ ହେଲା ନ୍ୟୁୟର୍କ ଓ ନ୍ୟୁଜର୍ସି ସହର । ରାସ୍ତାରେ ଭାସିଲା କାର୍, ମେଟ୍ରୋ ସବୱେରେ ପଶିଲା ବର୍ଷା ପାଣି ।

204

କନକ ବ୍ୟୁରୋ: ଇଡା ତୋଫାନର ପ୍ରଳୟ ପରେ ଏବେ ବନ୍ୟାରେ ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକା । ଲଗାଣ ବର୍ଷା ପାଇଁ ଆମେରିକାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ନ୍ୟୁୟର୍କ, ନ୍ୟୁ ଜର୍ସି ସମେତ ଏହାର ଆଖପାଖ ଅଞ୍ଚଳରେ ବନ୍ୟାର ପ୍ରଳୟ ଦେଖିବାକୁ ମିଳିଛି । କେବଳ ନ୍ୟୁୟର୍କ ସେଂଟ୍ରାଲ ପାର୍କରେ ୮ ସେଣ୍ଟିମିଟରର ବର୍ଷା ରେକର୍ଡ କରାଯାଇଛି ।

ରାସ୍ତାଘାଟ ସବୁ ବର୍ଷା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି । ଏପରିକି ବର୍ଷା ପାଣିରେ କାର୍ ସବୁ ଭାସୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ଘର ଏବଂ ବେସ୍ମେଣ୍ଟରେ ସବୁ ବର୍ଷା ପାଣି ଭରି ଯାଇଛି । ମେଟ୍ରୋ ଷ୍ଟେସନରେ ବି ବର୍ଷା ପାଣି ପଶିଯାଇଛି । ଫଳରେ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଫଳରେ ନ୍ୟୁୟର୍କ ଓ ନ୍ୟୁ ଜର୍ସିରେ ଟ୍ରେନ ଯାତାୟତକୁ ରଦ୍ଧ କରାଯାଇଛି । ବନ୍ୟା ପରିସ୍ଥିତିକୁ ଦେଖି ଆମେରିକା ସରକାର ଦେଶରେ ଜରୁରୀକାଳିନ ସ୍ଥିତି ଘୋଷଣା କରିଛନ୍ତି । ହରିକେନ ଇଡା ପ୍ରଭାବରେ ପାଣିପାଗରେ ପରିବର୍ତନ ହେବା ସହ ଉତ୍ତର ଆମେରିକାରେ ବର୍ଷା ଲାଗି ରହିଛି । ପ୍ରଥମେ ତୋଫାନ ଇଡା ପାଇଁ ଲ୍ୟୁସିଆନା ସହର ଅଧିକ ପ୍ରଭାବିତ ହୋଇଥିବାବେଳେ, ଏହାପରେ ନ୍ୟୁୟର୍କ ସମେତ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି ।