କନକ ବ୍ୟୁରୋ : କେରଳର ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପାଣି କମିବା ସହ ଲୋକଙ୍କର ଦୁର୍ଦ୍ଦଶା ବଢୁଛି । ବର୍ଷା ଏବଂ ବନ୍ୟା ବିତ୍ପାତରୁ ଆଶ୍ୱସ୍ତ ହୋଇଥିବା କେରଳବାସୀ ଏବେ ବିଭିନ୍ନ ରୋଗରେ ପଡ଼ି ଅତି ଦୟନୀୟ ଜୀବନଯାପନ କରୁଛନ୍ତି। ରାଜ୍ୟବାସୀଙ୍କ ପାଇଁ ଏବେ ଲେପ୍ଟୋସପାଇରୋସିସ୍ (ମୂଷା ଜ୍ୱର) ମୁଣ୍ଡବିନ୍ଧାର କାରଣ ହୋଇଛି। ଏହି ଜଳବାହିତ ରୋଗ ଓ ଅନ୍ୟ ସଂକ୍ରମଣରେ ୫୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ବନ୍ୟା ସମୟରେ ହିଁ ଏହି ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ସଂକ୍ରମିତ ମୂଷାଙ୍କ ପରିସ୍ରା ଜଳରେ ମିଶିବା ପରେ ଏହି ସଂକ୍ରମିତ ଜଳ ସଂସ୍ପର୍ଶରେ ମଣିଷ ଆସିବା ପରେ ମୂଷା ଜ୍ୱର ହୋଇଥାଏ।

Advertisment

publive-imageଏହି ଜ୍ୱର ଏବେ ମହାମାରୀ ଆଡ଼କୁ ବ୍ୟାପିବାରେ ଲାଗିଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଜ୍ୱର ହେତୁ ୩ ଜଣ ରିଲିଫ କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟରେ ୩୦୦ରୁ ଊର୍ଧ୍ୱ ଲୋକ ଲେପ୍ଟୋସପାଇରୋସିସ୍ ପୀଡ଼ିତ ଥିବା ରିପୋର୍ଟ ମିଳିଛି। ତେବେ ଏପରି ରୋଗରେ ପୀଡିତ ହୋଇଥିବା ରୋଗୀମାନଙ୍କୁ ଚିକିତ୍ସା କରାଯାଉଥିବା ସହ କିପରି ଭାବରେ ଏହାକୁ ରୋକାଯାଇ ପାରିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ଅନେକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ତେଣୁ ଏପରି ପରିସ୍ଥିତିରେ ସତର୍କ ରହିବା ପାଇଁ ସରକାର ଲୋକମାନଙ୍କୁ ସୂଚନା ଦେଇଛନ୍ତି ।