୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା । ରେଡ୍ ୱାର୍ଣ୍ଣିଂ ଜାରି କଲେ ଏସ୍ଆର୍ସି । ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ।

12,368

କନକ ବ୍ୟୁରୋ : ଚାରିଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ରେଡ୍ ୱାର୍ଣ୍ଣିଂ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ସୋନପୁର, ସମ୍ବଲପୁର, ବରଗଡ ଓ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବନ୍ୟା ଆଶଙ୍କା କରାଯାଇଛି । ଏମିତିକି ଏସବୁ ଜିଲ୍ଲାର ତଳି ଅଂଚଳରେ ବନ୍ୟା ଆଶଙ୍କା ବି ରହିଛି । ଏହାସହ ରାସ୍ତାଘାଟ ନଷ୍ଟ ହେବା ନେଇ ବି ଆଶଙ୍କା କରାଯାଇଛି ।

ଏହାସହ ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ. କେନ୍ଦୁଝର, ଦେବଗଡ ଓ ଅନୁଗୁଳ ସମେତ ମୋଟ ୮ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ ଓ ମୟୂରଭଂଜ ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଳାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।