ବ୍ରାହ୍ମଣୀ ନଦୀର ବନ୍ୟା ଜଳ : ଗାଁ ଦାଣ୍ଡରେ ଲହଡି ମାରୁଛି ପାଣି, ରାତି ହେଲେଘାରୁଛି କୁମ୍ଭୀର ଭୟ

ସପ୍ତାହେ ହେବ ୪୦ ହଜାର ଲୋକେ ଜଳବନ୍ଦୀ

77

କନକ ବ୍ୟୁରୋ : ରାଜନଗର ବ୍ଲକରେ ବଢିବାରେ ଲାଗିଛି ବନ୍ୟାଜଳ । ବ୍ରାହ୍ମଣୀ ଅବବାହିକାରେ ବନ୍ୟା ଆସିବାରୁ ପାଣି ବଢିବାରେ ଲାଗିଛି । ଫଳରେ ରାଜନଗର ବ୍ଲକର ୫ଟି ପଂଚାୟତର ଲୋକଙ୍କୁ ଦୁର୍ଦ୍ଦଶା ବଢିବାରେ ଲାଗିଛି । ସପ୍ତାହେ ହେବ ପାଖାପାଖି ୪୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ଗାଁରେ ଲହଡି ମାରୁଛି ପାଣି । ଯିବା ଆସିବା ପାଇଁ ଡଙ୍ଗା ହିଁ ଏକମାତ୍ର ଭରସା । କୁମ୍ଭୀର ଭୟ ନଦୀ କୂଳିଆ ଲୋକଙ୍କ ନିଦ ହଜାଇ ଦେଇଛି । ରାତି ହେଲେ ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ଲୋକେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବାରୁ ପ୍ରଶାସନ ସେମାନଙ୍କ ନିକଟକରେ ପହଂଚିନଥିବା ଅଭିଯୋଗ ହୋଇଛି ।