ପୁଣି ଚିଲିକାରେ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ! ମଝି ଚିଲିକାରେ ୧୫ ମିନିଟ ଧରି ଫସି ରହିଲା ଭସା ପୋଲ, ଅନ୍ୟ ଏକ ଭସାପୋଲ ସହାୟତାରେ ଯାତ୍ରୀଙ୍କ ସହ ଉଦ୍ଧାର ହେଲା ବସ ଓ ଚାରିଚକିଆ ଯାନ ।

347

କନକ ବ୍ୟୁରୋ: ଚିଲିକା ମଝିରେ ଅଟକି ଗଲା ଭସାପୋଲ । ବସ ଓ କାର ସହ ପ୍ରାୟ ଶହରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଭସାପୋଲଟି ଚିଲିକା ମଝି ମହିଷା ଠାରେ ଅଟକି ଯାଇଥିଲା । ୧୫ ମିନିଟ୍ ଧରି ଭସାପୋଲ ଆଗକୁ ଯାଇ ଅଟକି ଯାଇଥିଲା । ଫଳରେ ଲୋକେ ଭୟଭୀତ ହୋଇଯାଥିଲେ । ସୂଚନା ମୁତାବକ, ଅତ୍ୟଧିକ ପବନ ଓ ବଡ ବଡ ଜୁଆର ଯୋଗୁଁ ଭସାପୋଲଟି ଚ୍ୟାନେଲରୁ ବାହାରି ଯାଇଥିଲା । ତେଣୁ ପୋଲଟି ପାଣି ମଝିରେ ଅଟକି ଯାଇଥିଲା । ପରେ ଅନ୍ୟ ଭସାପୋଲ ସାହାଯ୍ୟରେ ସବୁ ଯାତ୍ରୀ ଓ ଗାଡି ଗୁଡିକୁ ଉଦ୍ଧାର କରାଯାଇଛି । ଯାତ୍ରୀଙ୍କୁ ନେଇ ଜହ୍ନିକୁଦରୁ ସାତପଡା ଯାଉଥିବା ଭସା ପୋଲ ।

ତେବେ ନିକଟରେ ଚିଲିକାରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯାଇଥିଲା। କାଳିଜାଇ ପୀଠରୁ ବଡକୂଳ ଫେରୁଥିବା ବେଳେ ଡଙ୍ଗା ବୁଡିଗଲା । ଡଙ୍ଗା ବୁଡି ୧୮ ନିଖୋଜ ଥିବାବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଏହାପରେ କାହିଁକି ଚେତୁ ନାହାନ୍ତି ପ୍ରଶାସନ ଏବଂ ଚିଲିକା କର୍ତ୍ତୁପକ୍ଷ? କ’ଣ ପାଇଁ ବାରମ୍ବାର ଦୁର୍ଘଟଣା ଘଟିବା ପରେ ମଧ୍ୟ ନିଦରେ ଶୋଇଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ!