କନକ ବ୍ୟୁରୋ : ପଦାରେ ପଡିଲା କୋଭିଡ କେୟାର ସେଂଟରର ଅବ୍ୟବସ୍ଥା । ସମସ୍ୟା ନେଇ ନିଜେ ମୁହଁ ଖୋଲିଛନ୍ତି ଅନ୍ତେବାସୀ । ଅଭିଯୋଗ ହେଉଛି କୋଭିଡ କେୟାର ସେଂଟରରେ ମିଳୁନାହିଁ ଆବଶ୍ୟକୀୟ ସୁବିଧା । ଗଂଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ ନିକଟ ଆଦର୍ଶ ବିଦ୍ୟାଳୟରେ ଥିବା କୋଭିଡ କେୟାର ସେଂଟରରୁ ଆସିଛି ଏପରି ଅଭିଯୋଗ । ଅନ୍ତେବାସୀଙ୍କୁ ପାଣି ମିଳୁନି । ସଠିକ୍ ଭାବରେ ସାନିଟାଇଜ୍ ହେଉନି କିଂବା ସଫେଇ ବି ହେଉନି । ଫଳରେ ଏଠାରେ ରହିଥିବା ରୋଗୀ ଅନେକ ସମସ୍ୟାର ଶିକାର ହେଉଛନ୍ତି । ଏନେଇ ଅଭିଯୋଗ କଲେ ମହିଳାଙ୍କୁ ଦୁର୍ବ୍ୟବହାରର ଶିକାର ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ ।
ଗଂଜାମ ଜିଲ୍ଲାର ଏହି କୋଭିଡ କେୟାର ସେଂଟରରେ ପ୍ରାୟ ୫୫୦ ଜଣଙ୍କୁ ରଖାଯାଇଛି । ଦୁଇ ତିନି ଦିନ ଧରି ଖାଇବା ପ୍ଲେଟ୍ ବି ସେଠାରୁ ସଫା ହେଉନଥିବାରୁ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/26-7.jpg)