ଆମେରିକାର ବଡ କମ୍ପାନୀ ୱାଲମାର୍ଟର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଏବେ ଖାଇବା ପିଇବା ଦୋକାନ ବି ଖୋଲିବା ପ୍ରସ୍ତୁତିରେ ଅଛି । ବିଦେଶୀ ନିବେଶକଙ୍କୁ ଭାରତରେ ରିଟେଲ ସେକ୍ଟର ପାଇଁ ମଂଜୁରୀ ମିଳିନି । ସେଥିପାଇଁ ଫ୍ଲିପକାର୍ଟ ଫୁଡ୍ ରିଟେଲ ବ୍ୟବସାୟ କରିବାକୁ ଯାଉଛି, ଯେଉଁଠି ୧୦୦% ଏଫଡିଆଇକୁ ମଂଜୁରୀ ରହିଛି ଓ ଫିଜିକାଲ ଷ୍ଟୋରର ସ୍ୱୀକୃତି ରହିଛି । ସୂତ୍ର ଅନୁସାରେ, ବିଶ୍ୱ ସ୍ତରରେ ୱାଲମାର୍ଟର ପାଖାପାଖି ୫୦-୬୦% ବିକ୍ରି ସେଲରୁ ହୋଇଥାଏ । ଅଫଲାଇନ୍ ଷ୍ଟୋର ଖୋଲିବା ୱାଲମାର୍ଟର ଯୋଜନାରେ ସାମିଲ ଅଛି ।
ୱାଲମାର୍ଟର ଫୁଡ ଓ ଗ୍ରୋସରୀ କାରବାରରେ ପ୍ରସିଦ୍ଧ, କିନ୍ତୁ ଏଫଡିଆଇ ରେଗ୍ୟୁଲେସନ କାରଣରୁ ଭାରତରେ ତାଙ୍କୁ ବିଜନେସ ଟୁ ବିଜନେସ ହୋଲସେଲ ସେଗମେଣ୍ଟରେ ବ୍ୟବସାୟକୁ ହିଁ ସ୍ୱୀକୃତି ଅଛି । ୱାଲମାର୍ଟର ପ୍ରତିଦ୍ୱନ୍ଦ୍ୱୀ ଆମାଜନ୍ ମଧ୍ୟ ଭାରତୀୟ ଆମାଜନ୍ ରିଟେଲ ଇଣ୍ଡିଆ ମାଧ୍ୟମରେ ଓ ଅଫଲାଇନ୍ ଫୁଡ୍ ରିଟେଲ ମାର୍କେଟରେ ୫୦ କୋଟି ଡଲାର ନିବେଶ କରିବାର ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/Flipkart-To-Launch-Grocery-Service-Soon.jpg)
/kanak/media/post_attachments/wp-content/uploads/2019/05/download-1-4.jpg)