ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ତରଫରୁ କାର୍ଡଲେସ୍ କ୍ରେଡିଟ୍ ସେବାର ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ହିଁ ଆମାଜନ୍ ତରଫରୁ ମଧ୍ୟ ଏଭଳି ଏକ ସର୍ଭିସ୍ ର ଆରମ୍ଭ କରାଯାଇଛି । କମ୍ପାନୀ କହିବା ମୁତାବକ ଗ୍ରାହକଙ୍କୁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ୍ କ୍ରେଡିଟ୍ ଦେଉଛି ।
ଫ୍ଲିପକାର୍ଟ ମୁତାବକ କାର୍ଡଲେସ୍ କ୍ରେଡିଟ୍ ଏଥିପାଇଁ ଲଞ୍ଚ୍ କରାଯାଇଛି କାରଣ ୪୫ ମିଲିୟନ୍ ଫ୍ଲିପକାର୍ଟ ଗ୍ରାହକଙ୍କ ପାଖରେ କ୍ରେଡିଟ୍ କାର୍ଡ ନାହିଁ ଏବଂ କିଛି ଗ୍ରାହକ ଏଥିପାଇଁ ଯୋଗ୍ୟ ବି ନୁହଁନ୍ତି । ଏଥିପାଇଁ ସେମାନଙ୍କୁ ଅନଲାଇନ୍ କିଣିବାରେ ସମସ୍ୟା ଉପୁଜେ ଏବଂ ଏଥିପାଇଁ ସେମାନଙ୍କୁ କ୍ୱାଲିଟିରେ ମଧ୍ୟ ସାଲିସ୍ କରିବାକୁ ପଡେ । ଫ୍ଲିପକାର୍ଟ କହିବା ମୁତାବକ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ୍ କ୍ରେଡିଟ୍ ଆପ୍ଲାଏ କରିବା ପାଇଁ ମାତ୍ର କିଛି ସେକେଣ୍ଡ ଲାଗିବ । ତେବେ ଗ୍ରାହକଙ୍କୁ କ୍ରେଡିଟ୍ ଫ୍ଲିପକାର୍ଟ ଜରିଆରେ ମିଳିଯିବ । କୌଣସି ସାମଗ୍ରୀ କିଣିବା ସମୟରେ ଚେକଆଉଟ୍ ଅପ୍ସନ୍ ରେ ତାଙ୍କୁ ଦୁଇଟି ଅପ୍ସନ୍ ମିଳିବ । ଗୋଟିଏ ହେଉଛି କ୍ଟ୍ରବଚ୍ଚ କ୍ଷବଗ୍ଧରକ୍ସ ଦ୍ଭରଙ୍ଘଗ୍ଧ ଜ୍ଞକ୍ଟଦ୍ଭଗ୍ଧଷ ଏବଂ ଋଗଓ ୩ ରୁ ୧୨ ମାସ ପାଇଁ ମିଳିବ । ଯଦି ୨୦୦୦ ଟଙ୍କାରୁ କମ୍ କ୍ରେଡିଟ୍ ଦରକାର ତେବେ ୟୁଜର୍ସ ବିନା ଓଟିପିରେ ଲଗଇନ୍ କରନ୍ତୁ । କିଣିବା ପରେ ସଠିକ୍ ସମୟରେ ୟୁଜରଙ୍କୁ ନିଜର ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାକିଙ୍ଗ୍ ଜରିଆରେ ଆମାଉଣ୍ଟ୍ ଫେରସ୍ତ ନେଇ ପାରିବେ । ଏହି ସର୍ଭିସ୍ ଇନଭାଇଟ୍ ବେସଡ୍ ରେ ଉପଲବ୍ଧ ରହିଛି । ଏଥିପାଇଁ ୟୁଜର୍ସଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ,ଯେଉଁଥିରେ କ୍ରେଡିଟ୍ ଲିମିଟ୍ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Flipkart-Cardless-Credit.jpg)
/kanak/media/post_attachments/wp-content/uploads/2018/09/flipkart_main_1537447639_618x347-300x168.jpeg)