କାଲିଠୁ ଫ୍ଲିପକାର୍ଟ ବିଗବିଲିୟନ ଡେ’ ସେଲ: ଶସ୍ତାରେ ପାଇବେ ଏହି ସ୍ମାର୍ଟ ଫୋନ

523
କନକ ବ୍ୟୁରୋ: କାଲି ଅର୍ଥାତ ୩ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର ବିଗବିଲିୟନ ଡେ । ବର୍ତ୍ତମାନ ପାଇଁ ଫ୍ଲିପକାର୍ଟ ପ୍ଲସ ମେମ୍ବରଙ୍କ ପାଇଁ ଏହା ଖୋଲା ରହିଛି । ଏହି ସେଲରେ ଅନେକ କମ୍ପାନୀର ଫୋନ ଉପରେ ରିହାତି ଦିଆଯିବ । ଏହି କମ୍ପାନୀ ମଧ୍ୟରେ ପୋକୋ ମଧ୍ୟ ସାମିଲ ଅଛି । ଗ୍ରାହକ ସେଲ ମାଧ୍ୟମରେ ପୋକୋ ଏକ୍ସ ୩ ପ୍ରୋ, ପୋକୋ ଏମ ୨ ପ୍ରୋ, ପୋକୋ ଏଫ ୩ ଜିଟି ଓ ପୋକୋ ସି୩୧ ଭଳି ଫୋନର ଲାଭ ଉଠାଇ ପାରିବେ ।
ବର୍ତ୍ତମାନ ଫ୍ଲିଫକାର୍ଟ ପ୍ଲସ ମେମ୍ବର ପୋକୋ ଏକ୍ସ ୩ ପ୍ରୋରେ ୨୦୦୦ ଟଙ୍କା ରିହାତିରେ ୧୬, ୯୯୯ ଟଙ୍କାରେ କିଣିପାରିବେ । ସେହିପରି ନିକଟରେ ଲଞ୍ଚ ହୋଇଥିବା ପୋକୋ ସି୩୧ରେ ୫୦୦ ଟଙ୍କା ରିହାତିରେ ଏବେ ଏହି ଫୋନକୁ ୭,୯୯୯ ଟଙ୍କାରେ ପାଇପାରିବେ ଗ୍ରାହକ ।
ପୋକୋ ଏମ୨ ପ୍ରୋରେ ଗ୍ରାହକ ୨୦୦ ଟଙ୍କା ରିହାତିରେ ୧୧,୯୯୯ ଟଙ୍କାରେ ପାଇପାରିବେ । ସେହିପରି ପୋକୋ ଏମ୩ର ଡିସକାଉଣ୍ଟ ପରେ ଏହାର ଦାମ ୯, ୪୯୯ ଟଙ୍କା ହେବ । ଆଉ ପୋକୋ ଏମ୨ ରିଲୋଡେଡରେ ୧୦୦୦ ଟଙ୍କା ଡିସକାଉଣ୍ଟ ପରେ ଏହାର ଦାମ ୮୯୯୯ ଟଙ୍କା ହୋଇଛି ।