ଗ୍ରାହକଙ୍କ ପାଇଁ ବମ୍ପର ସେଲ୍ ଆଣୁଛନ୍ତି ଦୁଇଟି ବଡ଼ ଇ-କମର୍ସ କମ୍ପାନୀ : ଏହି ଜିନିଷ ଗୁଡିକ ଉପରେ ମିଳିବ ବଡ଼ ରିହାତି । ଜାଣନ୍ତୁ କେବେଠୁ

45

ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଲୋକ ସପିଙ୍ଗ କରିବା ବି ଆରମ୍ଭ କରିଦେବେ । ଏଥିପାଇଁ ଇ-କମର୍ସ କମ୍ପାନୀ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଓ ଆମାଜନ୍ ସପିଙ୍ଗ ସେଲ୍ ଲଗାଇବାକୁ ଯାଉଛନ୍ତି । ଫ୍ଲିପକାର୍ଟ ୧୦ ଅକ୍ଟୋବରରୁ ୫ ଦିବସୀୟ ସପିଙ୍ଗ ସେଲ୍ ଆରମ୍ଭ କରିବାର ଘୋଷଣା କରିଛି । କିନ୍ତୁ ଆମାଜନ୍ ଏପର୍ଯ୍ୟନ୍ତ ଜଣାଇନି ଯେ, ତାର ‘ଗ୍ରେଟ୍ ଇଣ୍ଡିଆ ସେଲ୍’ କେବେ ଠାରୁ ଆରମ୍ଭ ହେବ । ସମ୍ଭାବନା ଅଛି ଯେ, ଆମାଜନ୍ ର ଗ୍ରେଟ୍ ଇଣ୍ଡିଆ ସେଲ୍ ୯ ଅକ୍ଟୋବରରୁ ଆରମ୍ଭ ହୋଇ ୧୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିପାରେ ।

ଫ୍ଲିପକାର୍ଟ ବୟାନ ଦେଇଛି କି, ‘ଦ ବିଗ୍ ବିଲିୟନ ଡେଜ୍’ର ପଂଚମ ସଂସ୍କରଣ ୧୦ ଅକ୍ଟୋବରରୁ ଫ୍ଲିଫକାର୍ଟ ଡଟ୍ କମ୍ ରେ ଆରମ୍ଭ ହେବ ଓ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ବମ୍ପର ରିହାତି ମିିଳିବ, ଯେଉଁଥିରେ ଫ୍ୟାଶନ, ଘରୋଇ ଉପକରଣ, ଫର୍ଣ୍ଣିଚର, ବହି ସ୍ମାର୍ଟ ଡିଭାଇସ୍, ମୋବାଇଲ ଓ ଇଲେକ୍ଟ୍ରୋନିକ୍ ଡିଭାଇସେସ୍ ସାମିଲ ଅଛି ।

ସେଇଠି ଆମାଜନ୍ ଗ୍ରେଟ୍ ଇଣ୍ଡିଆ ସେଲ୍ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଚୁକ୍ତି କରିିଛି । ଏହା ଅଧିନରେ ଏସବିଆଇର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡରୁ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ଦିଆଯିବ । ଏହା ସହ ଆମାଜନ୍ ଡେବିଟ୍ କାର୍ଡରେ ନୋ କଷ୍ଟ ଇଏମଆଇର ବି ଅଫର୍ ଦେବ ।