କନକ ବ୍ୟୁରୋ : ପୁଣି ବିବାଦରେ ପ୍ରଯୋଜକ ଅକ୍ଷୟ ପରିଜା । ଅକ୍ଷୟ ପରିଜାଙ୍କ ବିରୋଧରେ ମାତିଲେ କଳାକାର । ଅକ୍ଷୟଙ୍କ ପ୍ରଯୋଜନା ସଂସ୍ଥା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଅଭିନୟ ପାଇଁ ଚୁକ୍ତି କରି ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆମିଛନ୍ତି କଳାକାର ।
ତେବେ ଭୁବନେଶ୍ୱର କଣ୍ଟାବାଡରେ ସୁଟିଂ ଚାଲିଥିବା ବେଳେ କଳାକାର ପହଞ୍ଚି ହଙ୍ଗାମା କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏନେଇ ଜଣେ କଳାକାର କ୍ୟାମେରା ଆଗରେ କହିଛନ୍ତି, ଆମ ସୁଟିଂ ସରିବା ପାଖାପାଖି ଅଢେଇ ମାସ ଟପିଗଲାଣି । ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀ ମାସର ଟଙ୍କା ଏପର୍ଯ୍ୟନ୍ତ ମିଳିପାରିଲାନି । ଦୀର୍ଘ ଦିନ ଅପେକ୍ଷା ପରେ ମାର୍ଚ୍ଚ ୧୬ରେ ସାକଙ୍କ ଅଫିସକୁ ଯାଇଥିଲୁ । ସେଠାରେ ସାର କହିଲେ ମୋର ଅନେକ ଲସ୍ ହୋଇଛି । ଆଉ ୧୫ଦିନ ଅପେକ୍ଷା କରିନିଅ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟଙ୍କା ମିଳିଲାନି । ଆଉ ଅଧିକ ସମୟ ଦେଇହେବନି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/30-14.jpg)