କନକ ବ୍ୟୁରୋ: ଆଫଗାନିସ୍ତାନରେ ଥିବା ଭାରତୀୟଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ଆଫଗାନିସ୍ତାନର ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି । ଭାରତରେ ଏବେବି ୨ଶହରୁ ଉର୍ଦ୍ଧ୍ୱ ଭାରତୀୟ ଫଶି ରହିଛନ୍ତି । ଏବେ ବିମାନ ଯାତ୍ରା ଗୁଡିକୁ ରଦ୍ଦ କରାଯାଇଥିବାରୁ ଦେଶକୁ ଆସିବା ସମ୍ଭବ ହେଉନାହିଁ । ହେଲେ ଖୁବ ଶିଘ୍ର ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ସରକାର ଯଥାସାଧ୍ୟ ଚେଷ୍ଟା କରାଯାଉଛି । ଶିଖ ଓ ହିନ୍ଦୁ କମ୍ୟୁନିଟି ସହ ଲାଗତାର ଯୋଯୋଗ କରାଯାଉଥିବା କହିଛନ୍ତି ବୈଦେଶି ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ।

Advertisment

publive-imageସୂଚନା ମୁତାବକ, ବର୍ତ୍ତମାନ ଆଫଗାନିସ୍ତାନରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । କୌଣସି ଆପାତକାଳୀନ ପରିସ୍ଥିତି ବିଷୟରେ ଜଣାଇବାକୁ ଶିଖ ଓ ହିନ୍ଦୁ କମ୍ୟୁନିଟିର ପ୍ରତିନିଧି ମାନଙ୍କୁ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଦିଆଯାଇଛି । କହିରଖୁଁ କି, ସୋମବାର ଆଫଗାନିସ୍ତାନର ବେସାମରିକ ବିମାନ ଚଳାଚଳ ବିଭାଗ ମଧ୍ୟ ତାଲିବାନ ହାତକୁ ଚାଲିଯିବା ପରେ ଏଠିକାର ସମସ୍ତ ବିମାନ ଚଳାଚଳକୁ ରଦ୍ଦ କରିଦିଆଯାଇଛି । ଆଫଗାନିସ୍ତାନରୁ ପ୍ରଥମ ପର୍ଯ୍ୟାୟରେ ୧୨୯ ଜଣ ଭାରତୀୟଙ୍କୁ ଅଣାଯିବା ପରେ ଦିଲ୍ଲୀରୁ କାବୁଲକୁ ଉଡାଣ ଭରିବାକୁ ଥିବା ଦ୍ୱିତୀୟ ବିମାନକୁ ରଦ୍ଦ କରିଦିଆଇଛି ।