କନକ ବ୍ୟୁରୋ : ସତ ହେଲା ଝାରସୁଗୁଡାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆରମ୍ଭ ହେଲା ବିମାନ ଉଡାଣ । ପ୍ରଥମ ଦିନରେ ୨ ଟି ସ୍ପାଇଶ୍ ଜେଟ୍ ବିମାନ ବିମାନବନ୍ଦରରୁ ଉଡାଣ ଭରିଛି । ପ୍ରଥମ ବିମାନଟି ନୂଆଦିଲ୍ଲୀକୁ ଓ ଦ୍ୱିତୀୟ ବିମାନଟି ହାଇଦ୍ରାବାଦକୁ ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି । ଗତ ସେପ୍ଟେମ୍ୱର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି ବିମାନବନ୍ଦରକୁ ଉଦଘାଟନ କରିଥିଲେ ।
ତେବେ ଏହାର ୧୦ ଦିନ ପରେ ବିମାନବନ୍ଦରରୁ ବିମାନ ଉଡାଣ ବନ୍ଦ ହୋଇଯାଇଥିଲା । ଆଜି ଅପରାହ୍ନ ୩ଟା ୪୦ ମିନିଟରେ ଝାରସୁଗୁଡାରୁ ନୂଆଦିଲ୍ଲୀକୁ ୧୮୯ ଆସନ ବିଶିଷ୍ଟ ବିମାନଟି ପ୍ରଥମେ ଉଡାଣ କରିଛି । ସେହିପରି ଅପରାହ୍ମ ୪ଟା ୧୦ ମିନିଟରେ ହାଇଦ୍ରାବାଦକୁ ଝାରସୁଗୁଡାରୁ ଦ୍ୱିତୀୟ ବିମାନଟି ଉଡାଣ ଭରିଛି । ଝାରସୁଗୁଡା ବିମାନ ବନ୍ଦରରୁ ପୁଣି ଥରେ ବିମାନ ଉଡାଣ ଆରମ୍ଭ ହେବା ପରେ ସାରା ଦେଶ ସହିତ ପଶ୍ଚିମ ଓଡିଶା ଯୋଡି ହେବାକୁ ବାଟ ଖୋଲି ଯାଇଛି । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/PHOTO-01031122.jpg)