ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିଲା ବିମାନ: ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଲା ଅବତରଣ

Advertisment
ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିଲା ବିମାନ: ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଲା ଅବତରଣ

କନକ ବ୍ୟୁରୋ: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଳୁରୁ ଓ ମୁମ୍ବାଇକୁ ଉଡିଲା ବିମାନ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ ଟାରେ ପହଂଚିଛି । ୭୩ ଯାତ୍ରୀଙ୍କ ଧରି ମୁମ୍ବାଇରୁ ବିମାନ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିଛି ।

ସେହିପରି ୧୦୫ ଯାତ୍ରୀ ଝାରସୁଗୁଡା ବିମାନବନ୍ଦରରୁ ମୁମ୍ବାଇ ଯିବେ । ସ୍ପାଇସ ଜେଟ୍ ପକ୍ଷରୁ ବୋଇଂ -୭୩୭, ସପ୍ତାହକୁ ୪ ଦିନ ଏହି ବିମାନ ଚାଲିବ । ଆଜି ପ୍ରଥମ ଦିନରେ ବେଙ୍ଗଳୁରୁ ପାଇଁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଟିକେଟ ବୁକିଂ ହୋଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ।

ପ୍ରଥମ ଦିନ ପାଇଁ ଏହି ବିମାନରେ ଯାତ୍ରା କରିବା ପାଇଁ  ବେଙ୍ଗାଲୁରୁକୁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଯାତ୍ରୀ ଟକେଟ୍‌ ବୁକ୍‌ କରିଥିବା ସଂପର୍କରେ ଶ୍ରୀ ସେନାପତି କହିଥିବା ବେଳେ ସମୟ ଥିବାରୁ ଆହୁରି ଅଧିକ ସଂଖ୍ୟାରେ ଟିକେଟ୍‌ ବୁକିଂର ଆଶା ରହିଛି ବୋଲି କହିଛନ୍ତି। ଆଜି ବିମାନ ବନ୍ଦରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ ତଥା ୪ ଜଣ ବିଧାୟକଙ୍କ ସମେତ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ର ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe