ଶତ୍ରୁ ଦେଖିବ ନାରୀଶକ୍ତିର ଦମ୍ । ପ୍ରଥମ ମହିଳା ପାଇଲଟ ଭାବେ ଆକାଶର ବାହୁବଳୀ ରାଫେଲ୍ ଉଡାଇବେ ଫ୍ଲାଇଟ ଲେଫ୍ଟନାଂଟ ଶିବାଙ୍ଗୀ ସିଂ

104

କନକ ବ୍ୟୁରୋ : ଏବେ ଶତ୍ରୁ ଦେଖିବ ଦେଶର ନାରୀଶକ୍ତିର ଦମ୍ । ଆକାଶର ବାହୁବଳୀ ରାଫେଲ୍ ଉଡାଇବେ ଫ୍ଲାଇଟ ଲେଫ୍ଟନାଂଟ ଶିବାଙ୍ଗୀ ସିଂ । ଭାରତୀୟ ସର୍ବାଧୁନିକ ଫାଇଟର ଯୁଦ୍ଧ ବିମାନ ରାଫେଲ୍ର ପ୍ରଥମ ମହିଳା ପାଇଲଟ୍ ହେବେ ଶିବାଙ୍ଗୀ ସିଂ । ଅମ୍ବାଲାର ସେଭେନଟିନ୍ ଗୋଲଡେନ ଏରୋଜ ସ୍କ୍ୱାର୍ଡନରେ ସାମିଲ ହୋଇଛନ୍ତି ଶିବାଙ୍ଗୀ ।

୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିବା ଶିବାଙ୍ଗୀ ସିଂ ଏବେ ରାଫେଲ୍ ଯୁଦ୍ଧ ବିମାନ ଉଡାଇବାକୁ ତାଲିମ ନେଉଛନ୍ତି । ଏନେଇ ସୂଚନା ପାଇବା ପରେ ଶିବାଙ୍ଗୀଙ୍କ ପରିବାରରେ ଖୁସି ଖେଳିଯାଇଛି ।

ଶିବାଙ୍ଗୀ ୨୦୧୭ରେ ବାୟୁସେନାରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ମିଗ ୨୧ ଯୁଦ୍ଧ ବିମାନ ଉଡାଇ ସାରିଛନ୍ତି । ବାରାଣାସୀରେ ସ୍କୁଲ ଶିକ୍ଷା ସରିବା ପରେ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ଅଧୟନ କରିଥିଲେ । ଏନସିସି ୭ ୟୁପି ଏୟାର୍ସ କ୍ୱାର୍ଟନରେ ସଦସ୍ୟ ରହିଥିଲେ । ଏହାପରେ ୨୦୧୬ରେ ତାଙ୍କୁ ବାୟୁସେନା ଏକାଡେମୀକୁ ବିମାନ ଉଡାଣ ତାଲିମ ପାଇଁ ପଠାଯାଇଥିଲା ।