କନକ ବ୍ୟୁରୋ: ଶୀଘ୍ର ମାଲକାନଗିରିରୁ ଉଡ଼ିବ ବିମାନ । ଏଥିପାଇଁ ପ୍ରସ୍ତୁତ ରନୱେ ଓ ଟର୍ମିନାଲ । କିଛି ସମୟ ପରେ ମାଲକାନଗିରି ବିମାନ ବନ୍ଦରରେ ହେବ ଟ୍ରାଏଲ ରନ୍ । ଆସନ୍ତା ସପ୍ତାହରେ ନୂଆ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସୁଚନା ଦେଇଥିଲେ ମାଲକାନଗିରି ଜିଲ୍ଲାପାଳ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । ମାଲକାନଗିରି ଏୟରପୋର୍ଟ ର ଟ୍ରାଏଲ ରନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ସାରି ଥିବା ବେଳେ ଟ୍ରାଏଲ ରନ୍ ପରେ ମୁଖ୍ୟମନ୍ତ୍ରୀ ମାଲାକନଗିରି ଏୟରପୋର୍ଟ ର ଶୁଭାରମ୍ଭ କରିବା ନେଇ ତାରିଖ ସ୍ଥିର ହେବ ।