କନକ ବ୍ୟୁରୋ: ଆସିଲା ସେହି ପ୍ରତୀକ୍ଷିତ ମୁହୂର୍ତ, ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବମାନ । ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରରୁ ଜୟପୁର ପହଁଚିବାକୁ ଲାଗିବ ମାତ୍ର ଦେଢ ଘଂଟା । ପ୍ରଥମ ୧୦ ଦିନ ପାଇଁ ମାତ୍ର ୯୯୯ ଟଙ୍କାରେ ଏହି ସେବା ଯୋଗାଇଛି ଇଣ୍ଡିଆ ୱାନ୍ ଏୟାର । ପରେ ଅଢ଼େଇ ହଜାର ଟଙ୍କାରେ କରିହେବ ଯାତ୍ରା । ଭୁବନେଶ୍ୱରରୁ ଜୟପୁର ଓ ସେଠାରୁ ବିଶାଖାପଟନମ ଯିବ ବିମାନ । ସପ୍ତାହକୁ ୭ ଦିନ ଚଳାଚଳ କରିବ ଏହି ବିମାନ । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟା ୩୫ ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜୟପୁରକୁ ଉଡାଣ ଭରିବ । ସେହିପରି ଜୟପୁରରୁ ଦିନ ୧ଟା ୪୦ ମିନିଟରେ ଛାଡିବ, ଆଉ ୨ଟା ୩୦ରେ ବିଶାଖପାଟଣାରେ ପହଁଚିବ । ଅପରାହ୍ନ ୩ଟାରେ ବିଶାଖପାଟଣାରୁ ବାହାରି ୩ଟା ୫୦ ମିନିଟରେ ଜୟପୁରରେ ପହଁଚିବ । ଏବଂ ଅପରାହ୍ଣ ୪ଟା ୫ମିନିଟରେ ଜୟପୁରରୁ ବାହାରି ୫ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଁଚିବ । ଏହି ସେବାକୁ ନେଇ ବେଶ ଉତ୍ସାହୀ ଅଛନ୍ତି ଯାତ୍ରୀ ।

Kanak News is now on WhatsApp
Join and get latest news updates delivered to you via WhatsApp
‘ଉଡେ ଦେଶ କା ଆମ ନାଗରିକ’ ଯୋଜନାରେ ରାଜ୍ୟ ଭିତରେ ତଥା ଅନ୍ୟ ରାଜ୍ୟକୁ ସାଧାରଣ ନାଗରିକ କିଭଳି କମ ଟଙ୍କାରେ ଯାତ୍ରା କରିପାରିବେ ସେନେଇ ବ୍ୟବସ୍ଥା କରାଯାଉଛି । ଏହି ଯୋଜନାରେ ଏୟାର ଓଡିଶା ସମ୍ବଲପୁର ଓ ଝାରସୁଗୁଡାକୁ ବିମାନ ଚଳାଇଥିଲା । କିନ୍ତୁ ମାତ୍ର କେଇ ଦିନରେ ବନ୍ଦ ହୋଇଗଲା ଏହି ସେବା । ସମ୍ବଲପୁରରେ ସମ୍ପୂର୍ଣ ବିମାନ ଚଳାଚଳ ବନ୍ଦ ହୋଇଥିବାବେଳେ ଝାରସୁଗୁଡାକୁ ଏଲାଇନ୍ସ ଏୟାରଲାଇନ୍ସ ବିମାନ ସେବା ଯୋଗାଉଛି । ସ୍ପାଇସ ଜେଟର ବିମାନ ସେବା ଏବେ ବନ୍ଦ ରହିଛି । ଏୟାର ଓଡିଶା ସେବା ବନ୍ଦ ହେବା ପରଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଖତ ଖାଉଛୁ ଏହାର ଏୟାରକ୍ରାଫ୍ଟ । ଏହାକୁ ନିଲାମ କରାଯିବ ବୋଲି କହିଲେ ବିମାନବନ୍ଦର ନିର୍ଦଶକ ।
ଆଗକୁ ହକି ବିଶ୍ୱକପ ହେବାକୁ ଯାଉଥିବାରୁ ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହେବ । ଭୁବନେଶ୍ୱରରୁ ରାଉରକେଲା, ଏବେ ସେଠାରୁ କୋଲକାତାକୁ ଯିବ ବିମାନ । ଆଲାଏନ୍ସ ଏୟାରଲାଇନ୍ସ ଯୋଗାଇବ ଏହି ସେବା ।