ମୋଦି ହାୱାରେ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା କଂଗ୍ରେସ ଶିବିର, ପାରମ୍ପରିକ ଆସନରେ ପରାଜୟର ମୁହଁ ଦେଖିଥିଲେ ରାହୁଲ । କଂଗ୍ରେସର ୭ ମୁଖ୍ୟମନ୍ତ୍ରୀ ବି ମାରିଥିଲେ ଚିତପଟାଙ୍ଗ ।

ମୋଦି ହାୱାରେ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା କଂଗ୍ରେସ ଶିବିର, ପାରମ୍ପରିକ ଆସନରେ ପରାଜୟର ମୁହଁ ଦେଖିଥିଲେ ରାହୁଲ । କଂଗ୍ରେସର ୭ ମୁଖ୍ୟମନ୍ତ୍ରୀ ବି ମାରିଥିଲେ ଚିତପଟାଙ୍ଗ ।

କନକ ବ୍ୟୁରୋ : ୨୦୧୪ରେ ଠାରୁ ୨୦୧୯ରେ ଦେଶରେ ଆହୁରି ଜୋରରେ ବହିଥିଲା ମୋଦି ହାୱା । ଆଉ ଏଥିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ବିରୋଧୀ ଶିବିର । ଖାସକରି ମୋଦି ଓ ଶାହାଙ୍କ ସୁଚିନ୍ତିତ ରଣନୀତି ଆଗରେ ମୁଣ୍ଡ ନୁଆଇଁଥିଲା କଂଗ୍ରେସ । ଏପରିକି ସାଧାରଣ ନିର୍ବାଚନରେ କଂଗ୍ରେସର ଗଡ ଦୋହଲି ଯାଇଥିଲା । ୨ ଆସନରେ ଲଢିଥିବା ରାହୁଲ ନିଜ ପାରମ୍ପରିକ ଆସନ ରାୟବରେଲି ଆସନ ବଞ୍ଚାବାକୁ ସକ୍ଷମ ହୋଇପାରିନଥିଲେ । ଠିକ୍ ସେହିଭଳି କଂଗ୍ରେସର ୭ ମୁଖ୍ୟମନ୍ତ୍ରୀ ମଧ୍ୟ ଚଳିତ ନିର୍ବାଚନରେ ଚିତପଟାଙ୍ଗ ମାରିଥିଲେ ।

ବର୍ଷ ବର୍ଷ ଧରି କଂଗ୍ରେସ ଜିତି ଆସୁଥିବା ପାରମ୍ପରିକ ଆସନ ଆମେଠିରେ ଚଳିତ ନିର୍ବାଚନରେ ଦଳର ପୂର୍ବତନ ମଙ୍ଗୁଆଳଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା ।ପୂର୍ବତନ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିବା ରାହୁଲ, ଉତ୍ତରପ୍ରଦେଶ ଜନତାଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇଥିଲେ ତେବେ କେରଳ ୱାଇନାଡ୍ ଆସନର ଫଳାଫଳ ସାମାନ୍ୟ ଆଶ୍ୱସ୍ତ କରିଥିଲା ।

କେବଳ କଂଗ୍ରେସ ଅଧ୍ୟକ୍ଷଙ୍କୁ ଯେ, ବଡ ଝଟକା ଲାଗଥିଲା ତାହା ନୁହେଁ, ୨୦୧୯ ନିର୍ବାଚନୀ ମୈଦାନରେ ଥିବା ୭ ଜଣ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏଥର ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା । ଇଏ ହେଉଛି ସେହି ୭ ଜଣ ହେବିୱେଟ୍ ନେତାଙ୍କ ଚେହେରା ଯେଉଁମାନେ ଦିନେ କଂଗ୍ରେସରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଦିଲ୍ଲୀର ୩ଥରର ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧାମ୍ ସିଂ ନାଗର, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ସିନେ୍ଧ, ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରପ୍ପା ମୋଇଲି ।

କଂଗ୍ରେସର ପରାଜୟ କେବଳ ନେତାଙ୍କ ଭିତରେ ସୀମିତ ନୁହେଁ, ୨୦୧୯ ନିର୍ବାଚନ ଏଭଳି ପରିଣାମ ନେଇ ଆସିଥିଲା, ଯେଉଁଥିରେ ଏକାଧିକ ରାଜ୍ୟରେ କଂଗ୍ରେସ ସଂପୂର୍ଣ୍ଣ ମୁଳପୋଛ ହୋଇଯାଇଥିଲା । ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଆନ୍ଧ୍ର ପ୍ରଦେଶ, ଜମ୍ମୁ-କାଶ୍ମୀର, ତ୍ରିପୁରା , ମେଘାଳୟ, ମିଜୋରାମ, ସିକିମ ଏବଂ ମଣିପୁର । ଅନ୍ୟପଟେ ଓଡିଶା ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିବାରେ ସମର୍ଥ ହୋଇଥିଲା । ୨୦୧୯ ନିର୍ବାଚନର ପରିଣାମକୁ ଅତିକ୍ରମ କରି ପୁଣି ଥରେ ଲଢ଼େଇ କରିବାକୁ ହେଲେ କଂଗ୍ରେସ ଦଳକ ହୁଏତ, ଅନେକ ସଂଘର୍ଷ କରିବାକୁ ପଡ଼ିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe