କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଗଜପତିର ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ କେରାଣ୍ଡି ପଂଚାୟତର ଡାଳିମ୍ବପୁର ନିକଟରେ ବ୍ରିଜ କାମ ଚାଲିଥିବା ଯୋଗୁଁ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ଯାହା ଲଗାଣ ବର୍ଷାରେ ଧୋଇଯାଇଛି । ଫଳରେ ଏହି ରାସ୍ତାକୁ ସଂଯୋଗ କରିଥିବା ୩ଟି ଗାଁରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ଥିବା ଓଡ଼ିଶାର ଅମରା, ରାଟିଣି, ଡାଳିମ୍ବପୁର ତିନିଟି ଗାଁରୁ ପାରଳାଖେମୁଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ୩ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।

Advertisment