ବାହୁଡା ଆଗରୁ ପୁରୀରେ ପୋଲିସ ପ୍ରଶାସନର ପ୍ରସ୍ତୁତି : ଅମାନିଆଙ୍କୁ ସାବାଡ କରିବାକୁ ଗଠନ ହେଲା ୨୦ଟି ସ୍କୁଆଡ; ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ସଚେତନ କଲା ପୋଲିସ

126

କନକ ବ୍ୟୁରୋ : ବାହୁଡା ପାଇଁ ପୁରୀରେ ଜୋର ଧରିଲା ପ୍ରସ୍ତୁତି । ଆସନ୍ତାକାଲି ଠାରୁ ପୁରୀ ସହରରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ । ଏହା ଆଗରୁ ଅମାନିଆଙ୍କୁ ସାବାଡ କରିବାକୁ ଆଜି ପୁରୀ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ବାହୁଡା ଯାତ୍ରା ଦିନ ଅମାନିଆଙ୍କ ଉପରେ ନଜର ରଖିବାକୁ କେବଳ ୨୦ଟି ସ୍କୁଆଡ୍ ଗଠନ କରାଯାଇଛି । ପ୍ରତ୍ୟକ ସ୍କୁଆଡରେ ଜଣେ ମାଜିଷ୍ଟ୍ରେଟ, ପୋଲିସ ଟିମ, ଭିଡିଓ ଗ୍ରାଫର ରହିବେ । ପ୍ରତ୍ୟକ ୨୦ ମିଟର ଦୂରତାରେ ବଡଦାଣ୍ଡରେ ରହିବେ ଗୋଟିଏ ଲେଖାଏଁ ସ୍କୁଆଡ୍ ।

କୌଣସି ପ୍ରକାର ନିୟମ ଉଲ୍ଲଙ୍ଘନ କଲେ ଅମାନିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ । ଆଜି ବଡଦାଣ୍ଡରେ ପୋଲିସ ଫ୍ଲାଗ ମାର୍ଚ୍ଚ କରି ବଡଦାଣ୍ଡ ନିକଟରେ ଥିବା ଲୋକଙ୍କୁ ସଚେତନ କରିଛି । କୌଣସି ଲୋକ ଛାତ ଉପରେ ରହିବେ ନାହିଁ । ଲଜିଂ ଓ ଘର ମାଲିକଙ୍କୁ ଏନେଇ ଆଜି ତାଗିଦ୍ କରିଛି ପୋଲିସ । ସେହିପରି ଫେସବୁକ୍ ଓ ଟୁଇଟରକୁ ରଥ ଯାତ୍ରାକୁ ନେଇ ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଚିଠି କରାଯାଇଥିଲା ପୁରୀ ଏସପି କହିଛନ୍ତି ।