ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା

ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା

କନକ ବ୍ୟୁରୋ: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ ।

ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପିସିସି ସଭାପତି କହିଛନ୍ତି, ଦେଶରେ ଏବେ ସମ୍ବିଧାନର ସୁରକ୍ଷା ଜରୁରୀ ହୋଇପଡିଛି । ସେହିପରି ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ସବକା ସାଥ ସବକା ବିକାଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe