କନକ ବ୍ୟୁରୋ: ଭାରତ ସ୍ୱାଧୀନ ହେବାରେ ୭୫ ବର୍ଷ ପୁର୍ତି ଅବସରେ ଦେଶ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛି । ଦିଲ୍ଲୀ ବିଜୟ ଚୌକ ରେ ଆୟୋଜିତ ବିଟିଙ୍ଗ ଦ ରିଟ୍ରିଟ ସମାରୋହର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ଯୋଗ ଦେଇଛନ୍ତି । ଚଳିତ ବର୍ଷ ବିଟିଙ୍ଗ ଦ ରିଟ୍ରିଟ କାର୍ଯ୍ୟକ୍ରମ ରେ ଡ୍ରୋନ ସୋ ମୁଖ୍ୟ ଆକର୍ଷଣ ଥିଲା । ଏହି ସମାରୋହରେ ୧ ହଜାର ସ୍ୱଦେଶୀ ଡ୍ରୋନର ସୋ ଦେଖିବାକୁ ମିଳିଥିଲା ।
କାର୍ଯ୍ୟକ୍ରମରେ ଲେଜର ଲାଇଟ ସୋର ମଧ୍ୟ ଆୟୋଜନ ହୋଇଛି । ସେହିପରି ରାଷ୍ଟ୍ରିୟ ସଙ୍ଗୀତରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଇଠିଛି । ମୋଟ ୨୬ ଟି ଧୁନର ଗିତର ତାଲିକା ଭିତରେ ‘ଏ ମେରେ ୱତନ କେ ଲୋଗୋଁ ’ ଗିତଟି ସମସ୍ତଙ୍କ ଭିତରେ ଥିବା ଦେଶଭକ୍ତି କୁ ଆହୁରି ଉଜାଗର କରିଥିଲା । କାର୍ଯ୍ୟକ୍ରମର ସମାପନ ‘ ସାରେ ଜାହାଁ ସେ ଅଚ୍ଛା’ ଗିତରେ ହୋଇଛି ।