କନକ ବ୍ୟୁରୋ: ଶଙ୍ଖ ଭବନରେ ପାଳନ ହୋଇଯାଇଛି ୭୫ ତମ ସାଧାରଣତନ୍ତ୍ର ଦିବସ । ବିଜେଡି ପକ୍ଷରୁ ବରିଷ୍ଠ ନେତା ତଥା ଉପସଭାପତି ଦେବୀ ମିଶ୍ର ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ଦଳର ସାଧାରଣ ସମ୍ବାଦକ ସଞ୍ଜୟ ଦାସ ବର୍ମା, ବିଧାୟକ ପ୍ରଫୁଲ ସାମଲ, ମୟେର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମନମୋହନ ଦେଶ ଗଠନରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମନେପକାଇଥିଲେ । ସେହିପରି ବର୍ତ୍ତମାନ ସମୟରେ ଦେଶ କିପରି ଆଗକୁ ବଢ଼ିବ ଅଭିଭାଷଣ ଦେଇଥିଲେ ।
କଂଗ୍ରେସ ଭବନରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ବେଳେ ଦଳୀୟ ବିଧାୟକ, ନେତା ଓ କର୍ମୀ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/17-35.jpg)