କରୋନା ଭୂତାଣୁ ଚୀନର ଜୈବିକ ଅସ୍ତ୍ର! ୫ ବର୍ଷ ତଳୁ ତାଣ୍ଡବର ନୀଳନକ୍ସା ଆଙ୍କିଥିଲା ବେଜିଂ ! କରୋନା ବିଷୟରେ ସାମ୍ନାକୁ ଆସିଲା ସାଂଘାତିକ ରିପୋର୍ଟ ।

669

କନକ ବ୍ୟୁରୋ : ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଡକ୍ୟୁମେଂଟ ହସ୍ତଗତ ହୋଇଥିବା ଦାବି କରିଛି ଅଷ୍ଟ୍ରେଲିଆର ଲୋକପ୍ରିୟ ଖବରକାଗଜ ‘ୱିକଏଣ୍ଡ ଅଷ୍ଟ୍ରେଲିଆନ୍’ । ରିପୋର୍ଟ ଅନୁସାରେ, ୫ ବର୍ଷ ତଳେ କୋଭିଡ୍ ଭାଇରସ୍କୁ ମଣିଷ ଦେହରେ ପ୍ରବେଶ କରାଇ ଯୁଦ୍ଧ ଲଢ଼ିହେବ ବୋଲି ଏକ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିଥିଲେ ଚୀନର କିଛି ବୈଜ୍ଞାନିକ । ଏମାନଙ୍କ ମତରେ ଜୈବିକ ଅସ୍ତ୍ରରେ ତୃତୀୟ ବିଶ୍ୱଯୁଦ୍ଧ ଲଢ଼େଇ କରାଯିବ ।

ସତ ହୋଇଥିଲେ ସାଂଘାତିକ ! କରୋନା ଭୂତାଣୁ ଚୀନର ଜୈବିକ ଅସ୍ତ୍ର ! ୫ ବର୍ଷ ତଳୁ ତାଣ୍ଡବର ନୀଳନକ୍ସା ଆଙ୍କିଥିଲା ବେଜିଂ ! ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । ଚୀନର ଏକ ଡକ୍ୟୁମେଂଟ ଆଧାରରେ ଅଷ୍ଟ୍ରେଲିଆର ଲୋକପ୍ରିୟ ପତ୍ରିକା ୱିକଏଣ୍ଡ ଅଷ୍ଟ୍ରେଲିଆନ୍ ଦାବି କରିଛି ଯେ ୫ ବର୍ଷ ତଳୁ କରୋନା ଭୂତାଣୁକୁ ପ୍ରଭାବଶାଳୀ ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଥିଲେ ଚୀନର କିଛି ବୈଜ୍ଞାନିକ ।

କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଡକ୍ୟୁମେଂଟ ହସ୍ତଗତ ହୋଇଥିବା ଦାବି କରିଛି ‘ୱିକଏଣ୍ଡ ଅଷ୍ଟ୍ରେଲିଆନ୍’ ।

ରିପୋର୍ଟ ଅନୁସାରେ, ୫ ବର୍ଷ ତଳୁ କୋଭିଡ୍ ଭାଇରସକୁ ଜୈବିକ ଅସ୍ତ୍ର ଭାବେ ପ୍ରସ୍ତୁତ କରିବା ପାଇଁ ଯୋଜନା ହୋଇଥିଲା । ଚୀନ୍ ବୈଜ୍ଞାନିକଙ୍କ ଏହି ରିସର୍ଚ୍ଚ ପେପର ନାଁ ଥିଲା ‘ଦ ଅନନାଚୁରାଲ୍ ଅରିଜିନ୍ ଅଫ୍ ସାର୍ସ ଆଣ୍ଡ ନ୍ୟୁ ସ୍ପେସିଜ୍ ଅଫ୍ ମ୍ୟାନ ମେଡ୍ ଭାଇରସେସ୍’ । ଏହି ରିସର୍ଚ୍ଚର ଉଦ୍ଦେଶ୍ୟ ଥିଲା, ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରଭାବଶାଳୀ ଜେନେଟିକ୍ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା । କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି ଚୀନର ବୈଜ୍ଞାନିକ
କରୋନା ଭୂତାଣୁକୁ କୃତ୍ରିମ ଭାବେ ରୋଗ ସୃଷ୍ଟିକାରୀ ଭୂତାଣୁରେ ପରିଣତ କରି ମଣିଷ ଦେହରେ ଛାଡିହେବ ।

ମଣିଷ ଦେହରେ ରୋଗ ସୃଷ୍ଟିକାରୀ କରୋନା ଭୂତାଣୁ ପ୍ରବେଶ କରାଇ ଯୁଦ୍ଧ ଲଢ଼ିହେବ ବୋଲି ଏକ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିଥିଲେ ଚୀନର କିଛି ବୈଜ୍ଞାନିକ । ‘ୱିକଏଣ୍ଡ ଅଷ୍ଟ୍ରେଲିଆନ୍’ କହିଛି, ଏ ନେଇ ଚୀନର ସାମରିକ ବୈଜ୍ଞାନିକମାନେ ମଧ୍ୟ ଆଲୋଚନା କରିଥିଲେ ।

ଚୀନର ଏହି ସିକ୍ରେଟ ଡକ୍ୟୁମେଂଟରୁ ସାଇବର ଏକ୍ସପର୍ଟମାନେ ଏଭଳି ଚାଂଚଲ୍ୟକାରୀ ତଥ୍ୟ ପାଇଥିବା ଦାବି କରିଛି ୱିକଏଣ୍ଡ ଅଷ୍ଟ୍ରେଲିଆନ୍ । ଚୀନର ସାମରିକ ବୈଜ୍ଞାନିକମାନେ ମଧ୍ୟ ଏହାର ବ୍ୟବହାର ନେଇ ଚିନ୍ତା କରିଥିଲେ । ସାର୍ସ କୋଭିଡ୍ ଭାଇରସକୁ ସାଂଘାତିକ ରୋଗ ସୃଷ୍ଟିକାରୀ ଭୂତାଣୁରେ ପରିଣତ କରି ଚୀନ ଛାଡିଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆର ବିଶେଷଜ୍ଞ । ୨୦୧୯ରେ ଚୀନର ଉହାନରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ତେବେ ଏହା ଚୀନର ଅନ୍ୟ ପ୍ରାନ୍ତରରେ ଏହି ଭୂତାଣୁର ପ୍ରଭାବ ଦେଖିବାକୁ ମିଳିନଥିଲା । ହେଲେ ଏହା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା । ବିଶ୍ୱ ମହାମାରୀର ରୂପ ନେଇ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୧୬ କୋଟି ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ୩୩ ଲକ୍ଷ ଲୋକଙ୍କ ଜୀବନ ନେଇଛି କରୋନା । ଏହା ଚୀନର ଯୋଜନା ଥିଲା ବୋଲି ଦାବି କରିଛି ଅଷ୍ଟ୍ରେଲିଆର ଏହି ଲୋକପ୍ରିୟ ଖବରକାଗଜ ।