ଗୋଟେ ରିଭଲଭରରୁ କେବଳ ଗୋଟେ ସାଇଜର ଗୁଳି ବାହାରି ପାରିବ । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପଞ୍ଜାବ ପୋଲିସ ଏମିତି ଏକ ରିଭଲଭର ଜବତ କରିଥିଲେ ଯେଉଁଥିରୁ ପାଞ୍ଚ ପ୍ରକାର (ସାଇଜ)ର ଗୁଳି ବାହାରି ପାରୁଥିଲା । ଯାହାକୁ ଦେଖି ଆମେରିକାର Firearms and Explosives ବିଭାଗରେ ମଧ୍ୟ ଚହଳ ପଡି ଯାଇଥିଲା ।

ଘଟଣାଟି ଏମିତି ଥିଲା ।

ମେ ୧୬, ୧୯୯୬ , ସ୍ଥାନ ପଞ୍ଜାବ, ଲୁଧିଆନାର ରାଜଗୁରୁ ନଗର,  ସମୟ ଦିନ ୨ଟା ପାଖାପାଖି ହେବ । ପ୍ରତିଷ୍ଠିତ ବ୍ୟବସାୟୀ ରାଜ ସିଙ୍ଘାନିଆଙ୍କ ଘର, ସମସ୍ତ ସଦସ୍ୟ ମଧ୍ୟାହ୍ନ ଭୋଜନ ସାରି ବିଶ୍ରାମ ନେଉଥାନ୍ତି। ମୁଖ୍ୟଦ୍ଵାର ଖୋଲା ଥାଏ, ହଠାତ ପାଞ୍ଚ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘର ଭିତରକୁ ପଶି ଆସନ୍ତି । ବନ୍ଧୁକ ଦେଖାଇ ଆଲମାରି ଚାବି ମାଗନ୍ତି । ସିଙ୍ଘାନିଆ ପରିବାର ନ ଡରି ବିରୋଧ କରନ୍ତି । ଧସ୍ତାଧସ୍ତି ମଧ୍ୟରେ ଜଣେ ଦୁର୍ବୁତ୍ତ ରାଜ ସିଙ୍ଘାନିଆଙ୍କ  ଛାତିକୁ ଲକ୍ଷ୍ୟ କରି ଢୋ ଢୋ କରି ଲଗାତର ଦୁଇ ରାଉଣ୍ଡ ଗୁଳି ମାରେ, ରାଜ ସିଙ୍ଘାନିଆଙ୍କ ସେଇଠି ହିଁ ଟଳି ପଡନ୍ତି । ସିଏ ମରିଗଲେ ଭାବି ଦୁର୍ବୁତ୍ତ ମାନେ ଘାବରେଇ ଯାଇ ଯାହା ହାତରେ ପଡିଲା ନେଇକି ଘଟଣାସ୍ଥଳରୁ ତୁରନ୍ତ ଫେରାର ହେଇଯାନ୍ତି । ଘରଲୋକ ପୋଲିସକୁ ଫୋନ କରନ୍ତି ।  ପୋଲିସ ଆସି ତୁରନ୍ତ ରାଜ ସିଙ୍ଘାନିଆଙ୍କୁ ମେଡିକାଲ ପଠାଇ ଯାଞ୍ଚ ଆରମ୍ଭ କରନ୍ତି  ଏବଂ ଘରଲୋକଙ୍କର ଜମାନବନ୍ଦି ନିଅନ୍ତି । ମେଡିକାଲରେ ଡାକ୍ତର ରାଜ ସିଙ୍ଘାନିଆଙ୍କୁ ମୃତ ଘୋଷଣା କରନ୍ତି । ନାଁ କରା ବ୍ୟବସାୟୀ  ତେଣୁ ପୋଲିସ ମଧ୍ୟ ଚଳଚଞ୍ଚଳ ହେଇ ଉଠେ ।  ସେତେବେଳେ ସିସିଟିଭି  ନଥିଲା । ତେଣୁ ପୋଲିସ ତାର ପାରମ୍ପରିକ ଶୈଳୀରେ ତଦନ୍ତ ଆରମ୍ଭ କରେ । ସିଙ୍ଘାନିଆ ପରିବାରର ବୟାନ ଓ ରାଜ ସିଙ୍ଘାନିଆଙ୍କ ମୃତଦେହରୁ କଢା ଯାଇଥିବା ଦୁଇଟି ଗୁଳି ଛଡା ପୋଲିସ ହାତରେ ଆଉ କିଛି ନଥିଲା । ତେଣୁ ପୋଲସ ଗୁଳି ଦୁଇଟିକୁ ଚଣ୍ଡିଗଡ ସ୍ଥିତ ଫୋରେନ୍ସିକ ଲାବୋରଟୋରିକୁ ପଠେଇ ଦେଇ ରିପୋର୍ଟକୁ ଅପେକ୍ଷା କରେ ।  କିଛିଦିନ ପରେ ରିପୋର୍ଟ ଆସିଯାଏ । ରିପୋର୍ଟ ଦେଖି ଫୋରେନ୍ସିକ ବିଭାଗ ସହ  ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଏ । କାରଣ ରିପୋର୍ଟ ଅନୁସାରେ ଦୁଇଟି ଯାକ ଗୁଳି ଦୁଇଟି ଅଲଗା ଅଲଗା ରିଭଲଭରରୁ ଫୁଟା ଯାଇଛି କିନ୍ତୁ ସିଙ୍ଘାନିଆ ପରିବାର ଜମାନବନ୍ଦି ଅନୁସାରେ ଜଣେ ହିଁ ଦୁର୍ବୁତ୍ତ ଗୋଟିଏ ରିଭଲଭରରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲା ।  ସ୍ଵାଭାବିକ ଭାବେ ପୋଲିସର ସନ୍ଦେହ ପରିବାର ଉପରେ ହୁଏ । ପୋଲିସ ପୁଣି ଥରେ ପରିବାର ସଦସ୍ୟ ଓ ପ୍ରତ୍ୟକ୍ଷଦର୍ଶୀ ମାନଙ୍କର ଅଲଗା ଅଲଗା ଜମାନବନ୍ଦି ନିଏ । କିନ୍ତୁ ସମସ୍ତ ସେହି ଏକା କଥା ଦୋହରାନ୍ତି । “ ଜଣେ ହିଁ ଦୁର୍ବୁତ୍ତ ଗୋଟିଏ ରିଭଲଭରରୁ ଦୁଇ ରାଉଣ୍ଡ ଗୁଳି ଚଳେଇଛି “।

ଗୋଟେ ବନ୍ଧୁକରୁ ଦୁଇ ପ୍ରକାର ଗୁଳି  !!  ଅତ୍ୟନ୍ତ ଅସମ୍ଭବ କଥା । ତେବେ ଏ ଘଟଣା ବୁଝିବା ପାଇଁ ଆସନ୍ତୁ ଜାଣିବା ରିଭଲଭର ତିଆରି ଓ କାମ କରିବାର ବୈଷୟିକ ଜ୍ଞାନ ବିଷୟରେ । ତଳେ ଦିଆ ଯାଇଥିବା ଫୋଟୋ ଅନୁସାରେ ।

What Is The Difference Between A Pistol And A Revolver?, 55% OFF

1-ଯେଉଁ ନଳୀ ଦେଇ ଗୁଳି ବାହାରେ ତାକୁ muzzle କୁହନ୍ତି ।

2- ଯେଉଁଠି ଗୁଳି ରୁହେ ତାକୁ chamber କୁହନ୍ତି ।

3- ଯେଉଁ ନଳୀ ଦେଇ ଗୁଳି ବାହାରେ ତାର ଭିତର ଗୋଳେଇକୁ ‘ବୋର’ କୁହାଯାଏ ।

ଏହି ଅନୁସାରେ ରିଭଲଭରର ସବୁ ଚେମ୍ବର ରେ ସମାନ ସାଇଜର ଗୁଳି ରୁହେ ।  ଗୋଟେ ବନ୍ଧୁକରେ ଅନ୍ୟ ଗୋଟେ ସାଇଜର ଗୁଳି ପଶି ପାରିବନି । ସବୁ ବନ୍ଧୁକର ଗୁଳି ଅଲଗା ଅଲଗା ସାଇଜର କିନ୍ତୁ  ଆମେ ଏଠି ଯେଉଁ ବନ୍ଧୁକ କଥା କହିବାକୁ ଯାଉଛୁ ସେ ରିଭଲଭରରୁ ପାଞ୍ଚ ପ୍ରକାର ଗୁଳି ବାହାରି ପାରୁଥିଲା ।

ଏ ଘଟଣାର ପ୍ରାୟ ନ ଦଶ ମାସ ପରେ ଆଉ ଏକ ଘଟଣା ପଞ୍ଜାବର ହୋଶିଆରପୁରରେ ଘଟେ । ଜଣେ ବ୍ୟକ୍ତି ନିଜ କାରରେ  ଯାଉଥିବା ସମୟରେ ବାଟରେ ଦୁର୍ବୁତ୍ତ ମାନେ ଗାଡି ଅଟକାଇ ତାଙ୍କଠୁ ଲୁଟ କରନ୍ତି । ବିରୋଧ କରିବା ଯୋଗୁଁ ଉକ୍ତ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରି ଫେରାର ହୋଇଗଲେ ।  ଫୋରେନସିକ ଯାଞ୍ଚ ସମୟରେ ଅତି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଲା ।  ଯେଉଁ ବନ୍ଧୁକରୁ ରାଜ ସିଙ୍ଘାନିଆଙ୍କୁ ଗୁଳି ମରା ଯାଇଥିଲା

ସେହି ବନ୍ଧୁକରୁ ହିଁ ହୋଶିଆରପୁରରେ ସେ ବ୍ୟକ୍ତିଙ୍କୁ ହତ୍ୟା ଯାଇଥିଲା । ଫୋରେନସିକ ସାଇନ୍ସ ଜ୍ଞାନ ଅନୁସାରେ ଫୁଟା ଯାଇଥିବା ଗୁଳିକୁ ପରୀକ୍ଷା କରି ଏହା ଜାଣିହୁଏ ଯେ ଏହା କେଉଁ ବନ୍ଧୁକରୁ ଫୁଟା ଯାଇଛି ।  ଯେପରି ଦୁଇ ଜଣ ମଣିଷଙ୍କର ଆଙ୍ଗୁଠି ଛାପ ସମାନ ହେଇ ପାରେନି ଠିକ ସେହିପରି ବନ୍ଧୁକ ତିଆରି ବେଳେ ନଳୀର ଭିତରପଟେ କିଛି ମାର୍କ ଆପେ ଆପେ ତିଆରି ହେଇଯାଏ ।  ଯାହା କେବେ ବି ଏକାପରି ହେଇ ପାରେନି । ଗୁଳି ଯେତେବେଳେ ନଳୀ ଦେଇ ବାହାରକୁ ଆସେ, ଘଷି ହେଇ ସେହି ମାର୍କ ସବୁ ଗୁଳି ଦେହରେ ରହିଯାଏ ।  ଯାହାକୁ ପରୀକ୍ଷା କରି ତାହା କେଉଁ ବନ୍ଧୁକରୁ ଫୁଟିଛି ତାହା ଜାଣିହୁଏ ।
Best Tactical Revolvers 2024 - OMG, PROVING EVERYONE WRONG 🤯🤯🤯

ଏଠି ଆଶ୍ଚର୍ଯ୍ୟ ହେବାର କାରଣ ହେଲା ଯେ ପୂର୍ବରୁ ରାଜ ସିଙ୍ଘାନିଆଙ୍କୁ ମରା ଯାଇଥିବା ଦୁଇଟି ଗୁଳିର ସାଇଜଠୁ ଏ ଗୁଳିର ସାଇଜ ସମ୍ପୂର୍ଣ ଅଲଗା ଥିଲା ।  ସମସ୍ତଙ୍କ ଅକଲ ଗୁଡ଼ୁମ !!!! .

ପୋଲିସ ତଦନ୍ତରୁ ଅନୁମାନ କରେ ଯେ ଏହା ଗୋଟିଏ ଗ୍ୟାଙ୍ଗର କାମ .  ୧୯୯୬ ରୁ ୧୯୯୯ ହେଇଗଲା କିନ୍ତୁ କେଶ ଯେମିତିକୁ ସେମିତି ହିଁ ରହିଗଲା . ୨୫ ନଭେମ୍ବର ୧୯୯୯ ହିମାଚଳ ପ୍ରଦେଶର ଉନା ସହର, ସନ୍ଧ୍ୟା ସମୟ । ସୁଷମା ନାମ୍ନୀ ଜଣେ ସ୍କୁଲ ଶିକ୍ଷିକା ଘରକୁ ଫେରୁଥାନ୍ତି, ଶୂନଶାନ  ରାସ୍ତା । ବାଟରେ କିଛି ଦୁର୍ବୁର୍ତ୍ତ ଲୁଟ ଉଦ୍ୟଶ୍ୟରେ ତାଙ୍କୁ ଅଟକେଇ ଗହଣାପତ୍ର ଛଡ଼େଇବା ସମୟେ ସୁଷମା ଦୌଡ଼ି ପଳେଇ ପାଖରେ ଥିବା ବଜାରରେ ଯାଇ ଏକଥା କହିଲେ ।  କିଛି ଲୋକ ଦଳବଦ୍ଧ ହେଇ ଘଟଣାସ୍ଥଳକୁ ଅସିଲାବେଳକୁ ଦୁର୍ବୁର୍ତ୍ତ ମାନେ ଅନ୍ୟ ଶିକାର ଅପେକ୍ଷାରେ ସେଇଠି ହିଁ ଥିଲେ ।  ଭିଡକୁ ଦେଖି ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୌଡ଼ି ଫେରାର ହେଇଗଲେ  କିନ୍ତୁ ଜଣେ ଧରା ପଡିଗଲା ।   ଲୋକମାନେ ତାକୁ ଉତ୍ତମ ମଧ୍ୟମ ଦେଲା ପରେ ପୋଲିସକୁ ହସ୍ତାନ୍ତର କରିଦେଲେ ।  ପୋଲିସ ତାକୁ ପଚରା ଉଚୁରା କରିବା ସମୟରେ ଏ ତଥ୍ୟ ଆସିଲା ଯେ ତାଙ୍କରି ଗ୍ୟାଙ୍ଗର ଲୋକମାନେ ଆହୁରି ବହୁତ ଲୁଟପାଟ ଓ ହତ୍ୟା ଅପରାଧରେ ସଂଶ୍ଲିଷ୍ଟ ଅଛନ୍ତି ।

ଲୁଧିଆନା ଓ ହୋଶିଆରପୁର ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତି ଥିବାର ତଥ୍ୟ ପଦାକୁ ଆସିଲା । ପଞ୍ଜାବ ପୋଲିସକୁ ଖବର ଦିଆହେଲେ ।  ଆସାମୀକୁ ଲୁଧିଆନା ନେଇ ପଚରାଉଚୁରା ପରେ ତା ତଥ୍ୟ ଅନୁସାରେ ସେମାନଙ୍କ ଗ୍ୟାଙ୍ଗର ଆହୁରି ବହୁତ ଲୋକ ଧରା ପଡିଲେ ।  ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହେଲା ।  ଜବତ ଅସ୍ତ୍ର ମଧ୍ୟରେ ସେହି ରିଭଲଭର ମଧ୍ୟ ଥିଲା । ତୁରନ୍ତ ସେହି ରିଭଲଭରକୁ ଫୋରେନସିକ ଯାଞ୍ଚ ପାଇଁ ଚଣ୍ଡୀଗଡ଼ ଲ୍ୟାବକୁ ପଠାଇ ଦିଅନ୍ତି ଏବଂ ବିଶେଷ  ନିବେଦନ କରନ୍ତି ଯେ ପୂର୍ବର ସେହି ତିନୋଟି ଗୁଳି ସହ ଏହି ରିଭଲଭରକୁ ମ୍ୟାଚ କରେଇବା ପାଇଁ ।  ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସେ ।  ସେହି ଏକା ରିଭଲଭରରୁ ହିଁ ସେ ତିନୋଟି ଯାକ ଗୁଳି ଫୁଟା ଯାଇଥିଲା ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ବାକି ଦୁଇଟି ଚାମ୍ବର ମଧ୍ୟ ଅଲଗା ଅଲଗା ସାଇଜର ।

ଏହାର ଅର୍ଥ ହେଲା ଯେ ପାଞ୍ଚଟି ଯାକ ଚ୍ୟାମ୍ବର ପାଞ୍ଚଟି ସାଇଜର ।  କେବଳ ଫୋରେନସିକ ଯାଞ୍ଚ ନୁହେଁ ପୋଲିସ ସେ ରିଭଲଭରକୁ ଯେତେବେଳେ ଚଲେଇକି ପରୀକ୍ଷା କଲା ଏହା ପାଇଲା ଯେ କେବଳ ଅଲଗା ଲାଗ ଚ୍ୟାମ୍ବର ତିଆରି ହେଇନି ଗୁଳି ମଧ୍ୟ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରି ପାରୁଛି । ଏଥିରୁ ଫୁଟି ପାରୁଥିବା ଗୁଳିର ବିବରଣୀ ନିମ୍ନରେ ଦିଆଗଲା .

୧- ୭.୬୨ (AK -47 )

୨- ୦.୩୦

୩- ୦.୩୨

୪-୦.୩୨(ଲଙ୍ଗ ବୋର)

୫-୭.୬୫ (ପିସ୍ତଲ)

ଏହାର ଅର୍ଥ ହେଲା ଯେ ସେହି ରିଭଲଭରରୁ AK -୪୭ରୁ ନେଇକି ପିସ୍ତଲର ଗୁଳି ମଧ୍ୟ ଚାଲି ପାରୁଥିଲା ।  ଫୋରେନସିକ ବିଭାଗ ପାଇଁ ସେ ବନ୍ଧୁକ ଏକ ରକମର ଗବେଷଣାର ବିଷୟ ହେଇଯାଏ ।  ୩  ମାର୍ଚ୍ଚ ୨୦୦୪ ରେ ଉକ୍ତ ରିଭଲଭରର ସମସ୍ତ ତଥ୍ୟ ଆମେରିକାର ସବୁଠୁ ବଡ Arms data bank କୁ ଦିଆଯାଏ , ଯାହା ପୃଥିବୀର ସବୁଠୁ ବଡ  ଅସ୍ତ୍ରଶସ୍ତ୍ରର ତଥ୍ୟ ରଖୁଥିବା ସଂସ୍ଥା । ଯେଉଁଠୁ ସାରା ପୃଥୀବିର ଦେଶମାନେ ତଥ୍ୟ ଆଦନପ୍ରଦାନ କରିଥାନ୍ତି ।  ସେମାନେ ତ ସେ ବନ୍ଧୁକର ତଥ୍ୟକୁ ଦେଖି ପ୍ରଥମେ ହସିଥିଲେ ।  କିନ୍ତୁ ଯେତେବେଳେ ଯାଞ୍ଚ  ପରେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ  ଯେ କେମିତି ଲୋକର କାମ ଇଏ   ??