କନକ ବ୍ୟୁରୋ : ରାଜସ୍ଥାନ ଜୟପୁର ପୋଲିସ ଏକ କାରକୁ ଅଟକାଇ ଚାଲାଣ କାଟିବା ପରେ ସେଠାରେ ହଜାର ହଜାର ଲୋକ ରୁଣ୍ଡ ହୋଇଯାଇଥିଲେ । କୁହାଯାଉଛି କି ଏହି ଗାଡି ପ୍ରଥମଥର ପାଇଁ ଜୟପୁର ରାସ୍ତାରେ ଚାଲୁଥିବା ବେଳେ ଗାଡିର ନମ୍ବର ପ୍ଲେଟ ନଥିଲା । ବିନା ନମ୍ବର ପ୍ଲେଟରେ ଚାଲିଥିବା ଏହି ୫ କୋଟିର ଲେବୋର୍ଗିନ କାର ଉପରେ ପୋଲିସ ୫ ହଜାର ଟଙ୍କାର ଜରିମାନା ଲଗାଇଥିଲା । ପିଙ୍କ୍ ସିଟି ଜୟପୁରରେ ବିନା ନମ୍ବର ପ୍ଲେଟରେ ଦୃତଗତିରେ ଆସୁଥିବା ଏହି କାରକୁ ପ୍ରଥମେ ପୋଲିସ ଅଟକାଇ ନମ୍ବର ପ୍ଲେଟ ବାବଦରେ ପଚାରିବାରୁ ସେ କହିଥିଲା କି ବିଦେଶୀ ଗାଡିର ଆଗପଟରେ ନମ୍ବର ପ୍ଲେଟ ଲାଗି ନଥାଏ ।
ଏହି ସମୟରେ ହେଡ କନେଷ୍ଟବଳ ସୁଲତାନ ସିଂ ଗାଡିର ନମ୍ବର ପ୍ଲେଟ ନଥିବାରୁ ୫ ହଜାର ଟଙ୍କାର ଚାଲାଣ କାଟିଥିଲେ । ସେ କହିଥିଲେ କି ଗାଡି ଯେଉଁ ଦେଶର ହେଉ କିନ୍ତୁ ଭାରତୀୟ ରାସ୍ତାରେ ଚାଲିଲେ ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ଏହାପରେ ଗାଡିର ମାଲିକ ଡିଜିଟାଲ ପେମେଣ୍ଟ ସହାୟତାରେ ଚାଲାଣ ଅର୍ଥ ପୈଠ କରିଥିଲେ ଓ ଏହାସହ ନମ୍ବର ପ୍ଲେଟ ଲଗାଇବାକୁ ପ୍ରତିଶୃତି ଦେଇଥିଲେ ।
ଗୋଟିଏ ପଟେ ପୋଲିସ ଚାଲାଣ କାଟିବାରେ ବ୍ୟସ୍ତ ଥିବା ବେଳେ ଏଭଳି ଦାମୀ କାରକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଗାଡିଟିକୁ ଲୋକମାନେ ୧୫ ମିନିଟ କାଳ ଅଟକାଇ ଗାଡି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା । ଏନେଇ ପୁରା ରାସ୍ତା ଜାମ ହୋଇଯାଇଥିଲା । ଏହାକୁ ନଜରରେ ରଖି ଟ୍ରାଫିକ ପୋଲିସ ଲୋକମାନଙ୍କୁ ସେଠାରୁ ଘଉଡାଇବାକୁ ଚେଷ୍ଟା କରିଥିଲା ।
କହିରଖୁ କି ୫ କୋଟି ଟଙ୍କାର ଏହି କାରଟି ନ୍ୟାସନାଲ ସୁଟର ତଥା ଜୟପୁରର ବ୍ୟବସାୟୀ ବିବାନ କପୁରଙ୍କର । ଏହାକୁ ନେଇ ଯୁବକ ଜଣଙ୍କ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିେଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/34-5.jpg)