କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଳା ଦ୍ୱିତୀୟ ଦିନ ଗସ୍ତରେ ଯାଇଛନ୍ତି ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ । ଦ୍ୱିତୀୟ ଦିନରେ ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଁଚିଛନ୍ତି ସଚିବ । ତେବେ ସଚିବଙ୍କ କାର୍ଯ୍ୟକ୍ରମରୁ ଆସିଥିବା କେତେକ ଦୃଶ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ସଚିବଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପୋଷାକର ରଙ୍ଗ ବଦଳି ଯାଇଛି । ଗତକାଲି ଗୋଲାପି ଟି-ସାର୍ଟରେ ନଜର ଆସିଥିବା ସୁରକ୍ଷା କର୍ମୀ ଆଜି ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ପାଣ୍ଡିଆନ ଯେତେବେଳେ ଲୋଙ୍କ ପାଖକୁ ଯାଇ ଭେଟୁଥିଲେ, ହାତ ମିଳାଉଥିଲେ, ସେତେବେଳେ ଏହି ନୀଳ ରଙ୍ଗ ପୋଷାକରେ ଥିବା ସୁରକ୍ଷା କର୍ମୀ, ତାଙ୍କୁ ସୁରକ୍ଷା ଯୋଗାଉଥିଲେ । ଏମିତିକି ଲୋକମାନେ ଦେଉଥିବା ଅଭିଯୋଗ ପତ୍ରକୁ ଏହି ସୁରକ୍ଷାକର୍ମୀମାନେ ହାତରୁ ନେଉଥିବା ଦେଖାଯାଇଛି । ତେବେ ସଚିବଙ୍କ ସୁରକ୍ଷାରେ ନିୟୋଜିତ ଏହି ସୁରକ୍ଷା କର୍ମୀଙ୍କ ପୋଷାକର ରଙ୍ଗ ବଦଳାଯିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ସୁରକ୍ଷାକର୍ମୀଙ୍କ ପୋଷାକର ରଙ୍ଗ ବଦଳାଇବା ପଛର କାରଣ କଣ ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି ।