ଗଞ୍ଜାମର ସରପଞ୍ଚଙ୍କ ସହ ଆଲୋଚନା କଲେ ଫାଇଭ୍-ଟି ସଚିବ । କ୍ୱାରେଣ୍ଟିନ କେନ୍ଦ୍ର ପରିଚାଳନା ସହ ନିଜ ଗାଁକୁ କରୋନା ନପଶିବାକୁ ଦେଲେ ସମ୍ମାନିତ ହେବେ ସରପଞ୍ଚ ।

627

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସରପଂଚଙ୍କ ସହ କଥା ହେଲେ ଭିକେ ପାଣ୍ଡିଆନ । ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଗଂଜାମ ଜିଲ୍ଲାର ସମସ୍ତ ସରପଂଚଙ୍କ ସହ ଆଲୋଚନା କରିଛନ୍ତି । ସଙ୍ଗରୋଧ କେନ୍ଦ୍ରର ପରିଚାଳନା ସଂପର୍କରେ ସରପଂଚମାନଙ୍କୁ ବୁଝାଇଛନ୍ତି, କିପରି ଏଭଳି ଏକ ଘଡିସନ୍ଧି ମୁହୂର୍ତରେ୍ ସେମାନ ନେତୃତ୍ୱ ନେଇପାରିବେ ।

ଏହାସହ ସେ କହିଛନ୍ତି ଗଂଜାମରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି । ତେଣୁ ବ୍ୟସ୍ତ ବିବ୍ରତ ହେବାର ଆବଶ୍ୟକତା ନାହିଁ । ତେବେ କରୋନା ସହ ଏହି ମୁକାବିଲା ସଫଳ ହେବ କି ବିଫଳ ହେବ ଏହା ସଙ୍ଗରୋଧ କେନ୍ଦ୍ରରେ ଶୃଙ୍ଖଳା ଉପରେ ନିର୍ଭର କରୁଛି । କ୍ୱାରେନଟିନ କେନ୍ଦ୍ରର ନିୟମ କଡାକଡି ଭାବେ ପାଳନ କରିବାରେ ସରପଂଚମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ, ତେଣୁ ତାଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିବା କହିଛନ୍ତି ପାଣ୍ଡିଆନ ।