ପଛୁଆ ଜିଲ୍ଲାର ଆଗୁଆ ଛାତ୍ରଙ୍କ ସହ କଥା ହେଲେ ଫାଇଭ-ଟି ସଚିବ । ମାଲକାନଗିରି ଜିଲ୍ଲାର ସିବିଏସଇ ଦଶମ ଟପ୍ପର ଅମ୍ରିତ କେଶରୀ ପାତ୍ରଙ୍କ ସହ ଆଲୋଚନା କଲେ ଭି.କେ ପାଣ୍ଡିଆନ । ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଭଲ ମଣିଷ ହେବାକୁ ଦେଲେ ପରାମର୍ଶ ।

666

କନକ ବ୍ୟୁରୋ: ଦୃଢ ଇଚ୍ଛାଶକ୍ତି ଓ ପ୍ରବଳ ଆଗ୍ରହ ଥିଲେ ସଫଳତାର ସିଡି ଚଢିବା ଅସମ୍ଭବ ନୁହେଁ । ପରିଶ୍ରମ ହିଁ ସଫଳତାର ଚାବିକାଠି । ଏହାକୁ ପ୍ରମାଣିତ କରିଛନ୍ତି ପଛୁଆ ଜିଲ୍ଲା ମାଲକାନଗିରି ଖଇରପୁଟ ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ କେଶରୀ ପାତ୍ର । ସିବିଏସ୍ଇ ଦଶମ ପରୀକ୍ଷାରେ ଅମ୍ରିତ ଜିଲ୍ଲା ଟପ୍ପର ହୋଇଥିବା ବେଳେ ତାଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ।

ଅମ୍ରିତ କେଶରୀ ପାତ୍ର ୯୫.୪ ପ୍ରତିଶତ ମାର୍କ ରଖି ସ୍ଥାନୀୟ ଅଂଚଳରେ ପ୍ରଶଂସା ସାଉଁଟିଛନ୍ତି । ପଛୁଆ ଜିଲ୍ଲାରୁ ନିଜ ପରିଶ୍ରମ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କୃତିତ୍ୱ ସାଉଁଟିଥିବାରୁ ଛାତ୍ରଙ୍କୁ ଫାଇଭ- ଟି ସଚିବ ଭି.କେ ପାଣ୍ଡିଆନ୍ ଅଭିନନ୍ଦନ ଜଣାଇଥିଲେ । ଏହା ସହ ଛାତ୍ରଙ୍କ ଅଭିଭାବକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପାଣ୍ଡିଆନ ।