କନକ ବ୍ୟୁରୋ: ନୂଆପଡା ଗସ୍ତରେ ଫାଇଭ-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ । ନୂଆପଡା ଗସ୍ତ ଅବସରରେ ନ୍ୟାସନାଲ କଲେଜ ପଡିଆରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସେ ସଫଳତାର ମନ୍ତ୍ର ଦେଇଛନ୍ତି । କହିଛନ୍ତି, କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ବିନା କଠିନ ପରିଶ୍ରମରେ ସଫଳତା ହାସଲ କରିହେବ ନାହିଁ । ଏଥିଲାଗି ଭଲ ପାଠ ପଢ଼ିବାକୁ ପଡିବ । ଭଲ ପାଠ ପଢ଼ିଲେ ଅଧିକ ମାର୍କ ଓ ର୍ୟାଙ୍କ ମିଳିବ । ହେଲେ ଜୀବନରେ ସଫଳତା ହାସଲ କରିବାକୁ ପାଠ ପଢ଼ିବା ସହ ସାମଗ୍ରିକ ବିକାଶ କରିବାକୁ ପଡିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ । ସେହିପରି ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ଜିତିବା ଖୁସି ଦେଇଥାଏ, ହେଲେ ଭାଗ ନେବା ଜୀବନକୁ ଶିକ୍ଷା ଦେଇଥାଏ । ପ୍ରତିଯୋଗିତାରେ ହାରିଲେ ଶିଖିବେ । ଜୀବନରେ ଶିଖିବା ଗୁରୁତ୍ୱପୂର୍ଣ୍ଣ । ଏଥିସହ ଖୁବଶୀଘ୍ର ନୂଆପଡା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭି.କେ.ପାଣ୍ଡିଆନ ।